ପ୍ରଚାରରେ ସୀମିତ ପାନୀୟ ଜଳ ବ୍ୟବସ୍ଥା 

ଭୁବନେଶ୍ୱର, : ପ୍ରଚଣ୍ଡ ଗ୍ରୀଷ୍ମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ପିଇବା ପାଣି ଟୋପାଏ ପାଇଁ ବାଟୋଇ ଟିଏ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାର ଦେଖାଯାଇଛି | ଜନସାଧାରଣଙ୍କୁ ସରକାର ଅଂଶୁଘାତର ମୁକାବିଲା କରିବାକୁ ପରାମର୍ଶ ଦେଉଥିବା ବେଳେ ଏଥି ନିମନ୍ତେ ଅନୁସଙ୍ଗିକ ବ୍ୟବସ୍ଥା କରିଥିବାର  ଦେଖାଯାଇନାହିଁ | ଯାହାର ଏକ ନିଚ୍ଛକ ଉଦାହରଣ ଖୋଦ ରାଜଧାନୀରେ ଦେଖାଯାଇଛି | ରାଜଧାନୀର ଖଣ୍ଡଗିରି ଛକରେ  (ଥାନା ପରିସର ମଧ୍ୟରେ ) ଜନସାଧାରଣ ଙ୍କ ଉଦେଶ୍ୟରେ ଏକ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇ ବଡ ଅକ୍ଷରରେ ବିଶୁଦ୍ଧ ପାନୀୟ ଜଳ ଲେଖା  ଥିଲେ ସୁଦ୍ଧା ସେଥିରୁ ଆଦୌ ପାଣି ବାହାରୁ ନଥିବାର ଦେଖାଯାଇଛି | ଯାହାଫଳରେ ପିଇବା ପାଣି ଟୋପାଏ ପାଇଁ  ସେଠାକୁ ଯାଉଥିବା ଲୋକଟି ହିନସ୍ଥା ହେବା ସାର ହେଉଛି | ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି |

Leave a Reply

Your email address will not be published. Required fields are marked *