ପାରଦାପ ରିଫାଇନରୀ ଦ୍ୱାରା Level-III ଅଫ୍ ସାଇଟ୍ ଡିଜାଷ୍ଟର ଡ୍ରିଲ

ପାରାଦୀପ, 10.03.2023 : ପାରାଦୀପ ରିଫାଇନରୀ ତୈଳବିଶୋଧନାଗାର ତଥା ଜଗତସିଂହପୁର ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ବିଭିନ୍ନ ଏଜେନ୍ସିର ବିପର୍ଯ୍ୟୟକୁ ସମ୍ମୁଖିନ କରିବାର ପ୍ରସ୍ତୁତିକୁ ଯାଞ୍ଚ କରିବାର ଲକ୍ଷ୍ୟ ନେଇ 9 ମାର୍ଚ୍ଚ 2023 ରେ ଏକ Level-III ମକ୍ ଡ୍ରିଲ୍ (ଅଫସାଇଟ୍ ଡିଜାଷ୍ଟର ଡ୍ରିଲ୍) ଆୟୋଜନ କରିଥିଲା। ଏହି ଡ୍ରିଲ ପାରାଦୀପ ରିଫାଇନରୀ ର ଅନୁମୋଦିତ ଇମର୍ଜେନ୍ସି ରେସପନସ୍ ଆଣ୍ଡ୍ ଡିଜାଷ୍ଟର ମ୍ୟାନେଜ ମେଣ୍ଟ୍ ପ୍ଲାନ୍ (ଇଆରଡିଏମପି) ଅନୁସାରେ କରାଯାଇଥିଲା । ଏଥିରେ ରିଫାଇନରୀ, ସିଆଇଏସ୍ଏଫ୍ ଫାୟାର ଓ୍ୱିଙ୍ଗ୍, ଆପଦକାଳିନ ସୁରକ୍ଷା ଟିମ୍, ବୁଟ୍ (Boot), ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ସଦସ୍ୟ ଯଥା – ପାରାଦୀପ ଫସ୍ ଫେଟ୍ ଲିମିଟେଡ୍, ଇଫକୋ, ପାରାଦୀପ ପୋର୍ଟ ଅଥରିଟି, ଆଇଓସିଏଲ୍ ପାଇପଲାଇନ୍, ଓଡିଶା ଫାୟାର ଆଣ୍ଡ ରେସ୍କ୍ୟୁ ସର୍ଭିସ୍, ଏନ୍ ଡି ଆର ଏଫ୍, ଜିଲ୍ଲା ପ୍ରଶାସନର ପ୍ରତିନିଧୀ ଏବଂ ନିକଟସ୍ଥ ଗାଁର ସଦସ୍ୟ ମାନେ ଯୋଗଦେଇଥିଲେ । ପାରାଦୀପ ରିଫାଇନରୀର ଟ୍ୟାଙ୍କ ଟ୍ରକ୍ ପାର୍କିଂ ଅଞ୍ଚଳ ନିକଟରେ ଏହି ଡ୍ରିଲ କରାଯାଇଥିଲା ।
ରିଫାଇନରୀରେ ବ୍ୟବହୃତ ହେଉଥିବା ପ୍ରପିଲିନ୍ ଗ୍ୟାସ ପରିବହନ କରୁଥିବା ଟ୍ୟାଙ୍କ ଟ୍ରକରେ ଦୁର୍ଘଟଣା ହୋଇ ଯଦି ଗ୍ୟାସ ନିର୍ଗତ ହୁଏ, ତାକୁ ସଫଳତାର ସହିତ କିପରି ମୁକାବିଲା କରାଯାଏ ସେହି ବିଷୟ ବସ୍ତୁ ଉପରେ ମକଡ୍ରିଲ୍ ଟି ଆଧାରିତ ଥିଲା । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ରିଫାଇନରୀ ପ୍ରମୁଖ ଶ୍ରୀ ମୁକେଶ ମୋହନଙ୍କର ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପଗୁଡିକ ଭଲ ଭାବରେ ସମନ୍ୱିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ ।