ବାଲିଗୁଡ଼ା ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ବାଲିଗୁଡ଼ା, ପ୍ରବାହ ନ୍ୟୁଜ୍‌ : ବ୍ଲକରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହୋଇଯାଇଛି। ବାଲିଗୁଡ଼ା ବନ୍ଦେ ଉତ୍କଳ ଜନନୀ ଟାଉନ ହଲରେ ଭୁବନେଶ୍ୱର ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ସୁଭଦ୍ରା ଯୋଜନା ର କାର୍ଯ୍ୟ କ୍ରମ ଦେଖିବା ପାଇଁ ଅନ୍ୟୁନ ୪ହଜାର ମହିଳାଙ୍କ ର ସମାବେଶ ହୋଇଥିଲା। ସମାବେଶ ରେ ପ୍ରାରମ୍ଭରେ ଏନ ଏ ସି ର ଇ ଓ ବିବେକାନନ୍ଦ ଦଳେଇ ସ୍ୱଚ୍ଛତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ବି ଡି ଓ ଅଚ୍ୟୁତାନନ୍ଦ ଜାନୀ ସୁଭଦ୍ରା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ! ସି ଡି ପି ଓ ଶ୍ରୀମତୀ କ୍ରିଷ୍ଣା ପଣ୍ଡା ସୁଭଦ୍ରା ଯୋଜନା ରେ ମହିଳା ମାନେ କିଭଳି ସ୍ବାବଲମ୍ବୀ ହୋଇ ସେମାନଙ୍କର ପରିବାର ର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରି ପାରିବେ ସେ ନେଇ ଆଲୋକପାତ କରିଥିଲେ। ସାଂସଦ ଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏସ ଏଚ ଜି ମହିଳା ମାନେ ସୁଭଦ୍ରା ଯୋଜନା ସଂପର୍କୀତ ନୃତ୍ୟ ପରିବେଷଣ କରିଥିଲେ। ମିଡ଼ିଆକିଆ ର ଲାଖପତି ଦିଦି ପାର୍ବତୀ ପ୍ରଧାନ, ଲିଲି ଦିଗାଲ ସଂଗୀତା ନାୟକ ପ୍ରମୁଖ କିଭଳି ଭାବରେ ଛୋଟ ବ୍ୟବସାୟରୁ ଲାଖପତୀ ବନିଛନ୍ତି ସେସବୁ ବ୍ୟାଖ୍ୟା କରିଥିଲେ। ଏହି ଅବସର ରେ ପାଞ୍ଚଜଣଙ୍କ ପ୍ରଧାମନ୍ତ୍ରୀଙ୍କର୍ ଜନ୍ମ ଦିବସରେ ପ୍ରଧାମନ୍ତ୍ରୀ ଆବାସ ର କାର୍ଯ୍ୟାଦେଶ ଓ ଗୃହ ନିର୍ମାଣ ଅବଧି ମଧ୍ୟରେ ଶେଷ କରିଥିବାରୁ ଗୃହ ର ଚାବି କାଠି ପ୍ରଦାନ କରାଯାଇଥିଲା।

ପ୍ରଧାମନ୍ତ୍ରୀ ଡିଜିଟାଲ ରୀମୋଟ ଦ୍ଵାରା ୨୬ ୧୧ ଜଣ ଙ୍କ ବ୍ୟାଙ୍କ୍ ଖାତାକୁ ଟ ୫୦୦୦/ ପ୍ରଦାନ କରିଥିଲେ। ବାଲିଗୁଡା ସମାବେଶରେ ବସିଥିବା ଅଧିକାଂଶ ହିତାଧିକାରୀ ମାନଙ୍କ ମୋବାଇଲ କୁ ୫୦୦୦ଟଙ୍କା ଡିପୋଜିଟ ହୋଇଥିବା ମେସେଜ ଆସିଥିବାରୁ ହର୍ସ ଉଲ୍ଲାସରେ ସମାବେଶ ସ୍ଥଳ ପ୍ରକମ୍ପିତ ହୋଇଥିଲା। ପ୍ରଧାମନ୍ତ୍ରୀଙ୍କ ଅଭିଭାଷଣ ସମାପ୍ତ ହେବାପରେ ମହିଳା ମାନେ ପ୍ରସ୍ଥାନ କରିଥିଲେ। ଏଥି ପୂର୍ବରୁ ପୁନର୍ବାର ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଲୋକଙ୍କୁ ସମାବେଶ ସ୍ଥଳକୁ ଆଣିବା ପାଇଁ ପ୍ରତ୍ୟେକ ପଞ୍ଚାୟତ କୁ ୮/୧୦ ଟି ଅଟୋ ରିକ୍ସା ପଠା ଯାଇଥିଲା। ବ୍ଲକ୍ ପକ୍ଷରୁ ୪ହଜାର ମହିଳା ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଖାଦ୍ୟ ପାନୀୟ ବ୍ୟବସ୍ଥା ବ୍ଲକ୍ ର ଯେ ଇ ମାନେ ସୁଚାରୁ ରୂପେ ତୁଲାଇ ଥିଲେ।

Leave a Reply

Your email address will not be published. Required fields are marked *