ଗ୍ରାମୀଣ ଯୁବକମାନଙ୍କ ପାଇଁ ବିଜ୍ଞାନ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଆନ୍ତର୍ଜାତୀୟ ଯୁବ ଦିବସ ୨୦୨୪ ପାଳନ କରିବାକୁ ବିଶ୍ୱ ପ୍ରସ୍ତୁତ ହେଉଥିଲାବେଳେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ଏକ ପରିବର୍ତନଶୀଳ ସପ୍ତାହବ୍ୟାପୀ ବିଜ୍ଞାନ ଅଭିଯାନକୁ କଳାହାଣ୍ଡିର ଲାଂଜିଗଡ଼ର ଯୁବଗୋଷ୍ଠୀଙ୍କ ପାଇଁ ଆରମ୍ଭ କରିଛି। ଏହି ପଦକ୍ଷେପ ବେଦାନ୍ତ ମିନି ସାଇନ୍ସ ସେଂଟର କାର୍ଯ୍ୟକ୍ରମର ଏକ ଅଂଶ, ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଂଜିନିୟରିଂ ଓ ଗଣିତ) ଶିକ୍ଷାକୁ ସିଧାସଳଖ ସେହି ଗ୍ରାମକୁ ଆଣିଥାଏ ଯେଉଁଥିରେ ୩୩ଟି ଗାଁର ୪୦ଟି ବିଦ୍ୟାଳୟରେ ୨୦୦୦ରୁ ଅଧିକ ପିଲା ପ୍ରଭାବିତ ହୋଇଛନ୍ତି। ଏହି ପଦକ୍ଷେପ ଦୁର୍ଗମ ଅଂଚଳର ପିଲାମାନଙ୍କ ପାଇଁ ଡିଜିଟାଲ ଓ ଶିକ୍ଷାଗତ ସୁଯୋଗ ସୃଷ୍ଟି କରିବ।
ବେଦାନ୍ତ ମିନି ସାଇନ୍ସ ସେଂଟର ଲାଇଭ ହ୍ୟାଣ୍ଡ ଅନ ମଡେଲ, ପ୍ଲଗ ଫ୍ଲେ ସିଷ୍ଟମ ଓ ଅନ୍ୟାନ୍ୟ ଇଂଟରଆକ୍ଟିଭ ମଡ୍ୟୁଲ ମାଧ୍ୟମରେ ଶିଖିବାର ସୁଯୋଗ ପ୍ରଦାନ କରି ଛାତ୍ରମାନଙ୍କ ଦକ୍ଷତା ବଢାଇଥାଏ। ଗ୍ରାମୀଣ ଓଡ଼ିଶାରେ ଏସଟିଇଏମ ବିଷୟ ଉପରେ ଅଧିକରୁ ଅଧିକ ବ୍ୟାହାରିକ ଜ୍ଞାନ ପ୍ରଦାନ କରିବା ଏହି ଅଭିଯାନର ଲକ୍ଷ୍ୟ। କଳାହାଣ୍ଡି ପରି ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ସେବାରେ ଅଗ୍ରଗତି ଲାଗି ବେଦାନ୍ତ ଆଲୁମିନିୟମ ଅଣସଂରକ୍ଷିତ ଅଂଚଳରେ ଶିକ୍ଷା ଉପଲବ୍ଧତାକୁ ସଦୃଢ କରୁଛି ଓ ଭାରତର ଭବିଷ୍ୟତର କର୍ମଜୀବୀ ଗଠନରେ ସାହାଯ୍ୟ କରୁଛି।ଏହା ସହ ବେଦାନ୍ତର ବିଦ୍ୟାଗ୍ରହ ଏକ ଇ-ଶିକ୍ଷା ପଦକ୍ଷେପ ଗ୍ରାମୀଣ ଓଡ଼ିଶାରେ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଲାଗି କାର୍ଯ୍ୟ କରୁଛି। ୨୦୨୨ ମସିହାରେ ଏହା ଆରମ୍ଭ ପରଠାରୁ ଝାରସୁଗୁଡ଼ାର ଦୁର୍ଗମ ଅଂଚଳରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି। ଅଷ୍ଟମରୁ ଦଶମ ଛାତ୍ରଛାତ୍ରୀମାନେ ଅନଲାଇନ କାଉନସେଲିଂ ଜରୀଆରେ ଉପକୃତ ହେଉଛନ୍ତି।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି ସମାଜର ସକାରାତ୍ମକ ରୂପାନ୍ତର ଲାଗି ଆମର ଦୃଷ୍ଟିକୋଣରେ ଯୁବ ମାନସିକତାକୁ ପ୍ରାଧାନ୍ୟ ଦେବା ଓ ସେମାନଙ୍କ ସଶକ୍ତ କରିବା ହେଉଛି ଉଦ୍ଦେଶ୍ୟ। ବେଦାନ୍ତର ଲକ୍ଷ୍ୟ ହେଉଛି ସୁଦୂର ଗ୍ରାମାଂଚଳରୁ ଆସୁଥିବା ପିଲାମାନଙ୍କ ଜ୍ଞାନ ଦକ୍ଷତା ବୃଦ୍ଧି କରିବା ଓ ସେମାନଙ୍କୁ ଉଚ୍ଚାଭିଳାଷୀ ହେବା ଦିଗରେ ଆଗେଇନେବା।
ବେଦାନ୍ତ ଆଲୁମିନିୟମର ସାମାଜିକ ଅର୍ତନୈତିକ ବିକାଶକୁ ବୃଦ୍ଧି କରିବା ଲାଗି ଓଡ଼ିଶା ଓ ଛତିଶଗଡ଼ରେ ଶିକ୍ଷା ସୁବିଧାର ପ୍ରସାର କରିଛି। ଯୁବକମାନଙ୍କୁ କ୍ୟାରିୟର ଉପଯୋଗୀ ଶିକ୍ଷା ତାଲିମ ଜରୀଆରେ ସେମାନଙ୍କୁ ସଶକ୍ତ କରୁଛି। ଉଦାହରଣ ସ୍ୱରୂପ ୨୦୦୬ରେ ବେଦାନ୍ତ କଳାହାଣ୍ଡି ଜିଳ୍ଲାର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ପିଲାଙ୍କୁ ସକ୍ଷମ କରାଉଛି। ଏଠାରେ ୧୩୦୦ ପିଲା ପାଠ ପଢୁଛନ୍ତି। ବିଦ୍ୟାଳୟର ଗତିଶୀଳ ପାଠ୍ୟକ୍ରମ ସହ କମ୍ପ୍ୟୁଟର ଓ ବର୍ହିବିଭାଗ କାର୍ଯ୍ୟକଳାପ ଓ ବୃତି ଅନ୍ତର୍ଭୁକ୍ତ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Leave a Reply

Your email address will not be published. Required fields are marked *