ଏସ୍ବିଆଇ ପକ୍ଷରୁ ଅନଲାଇନ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ୍ରେ ମ୍ୟୁଚୁଆଲ୍ ଫଣ୍ଡ ବଦଳରେ ଅନ୍ଲାଇନ୍ ଋଣ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଏହାର ଇଂଟରନେଟ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ୍ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡ ବଦଳରେ ଅନଲାଇନ୍ ଋଣ ସୁବିଧାର ଶୁଭାରମ୍ଭ କରାଯାଇ ଗ୍ରାହକ ମାନଙ୍କୁ ଡିଜିଟାଲ୍ ଶସକ୍ତ କରାଯାଇ ଥିବାବେଳେ ସେମାନଙ୍କ ଲାଗି ସୁବିଧାରେ ବୃଦ୍ଧି କରାଯାଇଛି । ଏହି ଡିଜିଟାଲ୍ ସେବା ଜରିଆରେ ଗ୍ରାହକ ମାନେ ନିଜ ଘରେ ଆରାମରେ ବସି ୧୦୦% କାଗଜ ବିହୀନ ଭାବେ ଏବଂ ଚବିଶଘଂଟା ଡିଜିଟାଲ୍ ପ୍ରକ୍ରିୟାରେ ଋଣ ପାଇପାରିବେ ।
ସିଏଏମ୍ଏସ୍ରେ ପୀକୃତ ହୋଇଥିବା ସମସ୍ତ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନିର ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ଉପର ଆକର୍ଷଣୀୟ ସୁଧ ସହିତଏହି ନୂଆ ଋଣ ସୁବିଧା ପ୍ରଦାନ କରାଯାଇଛି । ପୂର୍ବରୁ କେବଳ ଏସବି ଆଇ ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ଉପରେ ଓ କେବଳ ଶାଖାକୁ ପରିଦର୍ଶନ କରୁଥିବା ଗ୍ରାହକଙ୍କୁ ଋଣ ଦିଆଯାଉ ଥିବାବେଳେ ଏବେ ସେହି ସୁବିଧାର ସମ୍ପ୍ରସାରଣ କରାଯାଇଛି ।
ଏସ୍ବିଆଇ ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, ଇଂଟରନେଟ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ୍ରେ ଆମ ଗ୍ରାହକ ମାନଙ୍କ ପାଇଁ ମ୍ୟୁଚୁଆଲ ଫଣ୍ଡ ବଦଳରେ ଋଣ ସୁବିଧାର ଶୁଭାରମ୍ଭ କରି ଆମେବେଶ୍ ଆନନ୍ଦିତ । ଆମର ବିଶ୍ୱାସ ରହିଛି ଯେ ମ୍ୟୁଚୁଆଲ୍ ଫଣ୍ଡ ବଦଳରେ ଋଣର ଡିଜିଟାଲ୍ କରଣ ଆମ ଗ୍ରାହକ ମାନଙ୍କୁ ଏକ ଡିଜିଟାଲ୍, ଚିନ୍ତାମୁକ୍ତ ଏବଂ କାଗଜବିହୀନ ଋଣ ପ୍ରକ୍ରିୟାର ଅନୁଭୂତି ନେବାରେ ସଶକ୍ତ କରିବ । ତତ୍କାଳ ପାଣ୍ଠି ଆବଶ୍ୟକ ହେଲେ ଏମ୍ଏଫ ୍ୟୁନିଟ୍ କୁରିଡିମ ୍କରିବାର ବାଧ୍ୟବାଧକ ତାକୁ ଏଡ଼ାଇବାରେ ଏହା ସହାୟକ ହେବ । ଏସ୍ବିଆଇରେ ଆମେ ଗ୍ରାହକଙ୍କ ଶାଖା ପରିଦର୍ଶନକୁ କମ୍ କରିବା ପାଇଁ ସେମାନଙ୍କୁ ପ୍ରଯୁକ୍ତି ଭିତିକ ଡଜିଟାଲ୍ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ନିରନ୍ତର ଉଦ୍ୟମ କରୁଛୁ ।\’\’
ଏହି ସେବାର ଶୁଭାରମ୍ଭ ସହିତ ଏସ୍ବିଆଇ ପ୍ରଥମ ରାଷ୍ଟ୍ରାୟତ ବ୍ୟାଙ୍କ ଭାେ ବଭାରତରେ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ଋଣ ପ୍ରଦାନ କରି, ଡିଜିଟାଲ୍ ବ୍ୟାଙ୍କିଙ୍ଗ ନବ ସୃଜନରେ ଅଗ୍ରଣୀ ରହିବାର ପ୍ରତିବଦ୍ଧତାକୁ ସୁଦୃଢ ଼କରିଛି ।