ଟାଟା ଏସି ସହ ଲକ୍ଷାଧିକ ସାମଗ୍ରୀ ଜବତ : ଚାରିଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍

ଖୋର୍ଦ୍ଧା : ୧୯/୧୧(ପ୍ରବାହ ନିଉଜ) ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମୁକୁନ୍ଦ ପ୍ରସାଦ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଚୋରୀ ହୋଇଥିବା ହାର୍ଡୱେର ସାମଗ୍ରୀକୁ ପୋଲିସ୍ ଗତ ବୁଧବାର ଦିନ ନୂଆ ବସଷ୍ଟାଣ୍ଡ ରୋଡରେ ଥୁବା ଏକ ଘରୋଇ ହାର୍ଡୱେର ଦୋକାନରୁ ଟାଟା ଏସିଇ ବୋଝେଇ ସହ ବିଭିନ୍ନ କମ୍ପାନୀର ପ୍ରାୟ ପାଞ୍ଚଲକ୍ଷ ଟଙ୍କାର ଚୋରା ସାମଗ୍ରୀକୁ ପୋଲିସ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦ ପ୍ରସାଦ ଅଞ୍ଚଳର ହବିବ ଖାଁ(୨୫), ଉପରସାହିର ପ୍ରସନଜିତ୍ ରାଉତରାୟ ଓରଫ ସାଗର(୨୨), ଖ୍ରୀଷ୍ଟିଆନ୍ ସାହିର ଆଶିଷ କୁମାର ନାୟକ ଓରଫ ସୁବୁ(୪୨), ଓ ବିଡ଼ିଏ କଲୋନୀର ମଳୟ କୁମାର ବେହେରାଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଆଦର୍ଶ ଥାନା କେସ ନଂ- ୫୬୧/୨୨ରେ ମାମଲା ରୁଜ୍ଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍।

Leave a Reply

Your email address will not be published. Required fields are marked *