ଲାଞ୍ଚ ନଦେଲେ ମିଳିବ ନାହିଁ ରହିବା ପାଇଁ ସରକାରୀ କ୍ୱାଟର : ପ୍ରତିବାଦରେ ନର୍ସଙ୍କ ଧାରଣା

ଖୋର୍ଦ୍ଧା : ୨୦/୦୫(ପ୍ରବାହ ନିଉଜ୍) ସରକାରୀ ବାସଭବନ ରେ ରହିବାକୁ ହେଲେ ଦେବାକୁ ପଡିବ କୋଡ଼ିଏ ହଜାର ଲାଞ୍ଚ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଷ୍ଟାଫ ନର୍ସ ଭଗବତୀ ସିଂ ।

୨୦୦୬ ମସିହାରୁ ଚାକିରୀରେ ଯୋଗଦେବା ପରେ ଗତ ୨୦୧୫ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରି ଆସୁଥିବା ଭଗବତୀଙ୍କ ଅଭିଯୋଗ ଅନୁସାରେ, ଅଗ୍ରାଧିକାର ଭିତ୍ତିରେ ସେ ସରକାରୀ କ୍ୱାଟର ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ ସୁଦ୍ଧା, କ୍ବାଟର ପାଇବାକୁ ତାଙ୍କୁ ବିଭାଗୀୟ କିରାଣୀ ୨୦ହଜାର ଲାଞ୍ଚ ମାଗିଥିବା କହିଛନ୍ତି ସେ  ଓ ଏହାକୁ ବିରୋଧ କରି କ୍ୱାଟର ପାଇବା ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ଭଗବତୀ ।

ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସତ୍ୱେ ନର୍ସ ଭଗବତୀ ସିଂଙ୍କୁ ସରକାରୀ ବାସଭବନ ଦିଆ ନ ଯାଇ ଚଞ୍ଚକତା କରି ଅନ୍ୟ କାହାକୁ ଦିଆଯାଇଛି । ଏ ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଓକିଲ ସଂଘର ଉପ-ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଓ ପୂର୍ବତନ ସଭାପତି ଶିଶିର କୁମାର ପରିଡ଼ାଙ୍କ ସମେତ ବହୁ ଆଇନଜୀବି ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଧାରଣାରେ ବସିଥିବା ଭଗବତୀଙ୍କ ଅଭିଯୋଗ କୁ ଗମ୍ଭୀରତାର ସହ ବିଚାର କରି ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ ଚିକିତ୍ସା ଅଧିକାରୀ ଶ୍ରୀ ପତିଙ୍କୁ ଅନୁରୋଧ କରିଥିଲେ ।

ସେପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ବିଶ୍ୱରଞ୍ଜନ ପତି ଅଭିଯୋଗକାରିଣୀ ଙ୍କୁ ଧାରଣାରୁ ଓହରିବାକୁ କହିଥିବା ସହିତ ଲାଞ୍ଚ ମଗାଯାଉଥିବା ବିଷୟରେ ସମ୍ପର୍କରେ ଜାଣି ନଥିବା କହିଥିବା ବେଳେ ନୀତି ନିୟମ ଅନୁସାରେ ଅଭିଯୋଗ କାରିଣୀ ଙ୍କୁ ସରକାରୀ ବାସଭବନ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *