ଖୋର୍ଦ୍ଧା : ୧୧/୦୨/୨୦୨୧ : ଖୋର୍ଦ୍ଧା ରେଞ୍ଜ ଅଧିନସ୍ଥ ଟାଙ୍ଗିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ସ୍ଥାନୀୟ ଗ୍ରାମର ନାରାୟଣ  ସାମନ୍ତରାୟ ଓରଫ ଜୀବନ ନାମକ ବାଇଶି ବର୍ଷୀୟ ଯୁବକ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆହତ ଯୁବକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ମୁତାବକ ଟାଙ୍ଗିଆପଡ଼ା ଗାଁ ଛକରେ ଥିବା ମହାଦେବ ମନ୍ଦିର ଚାନ୍ଦିନୀରେ କିଛି ଯୁବକ ସଂଧ୍ୟା ସମୟରେ ବସି ଗପସପ କରୁଥିବା ସମୟରେ ନିକଟରେ ଥିବା କାଜୁ ଜଙ୍ଗଲ ଆଡୁ ହଠାତ ଏକ ଦନ୍ତା ହାତୀ ଆସି ଚାନ୍ଦିନୀ ରେ ବସିଥିବା ଜୀବନ ଙ୍କୁ ଶୁଣ୍ଢରେ ଧରି ପାଖରେ ଥିବା ଏକ ପଥର ଉପରେ କଚାଡ଼ି ଦେଇଥିଲା ଓ ପାଖରେ ଥିବା ଏକ ମୋଟର ସାଇକେଲ କୁ ମଧ୍ୟ ଭାଙ୍ଗି ଦେଇଥିଲା ।

ଏହା ଦେଖି ପାଖରେ ବସିଥିବା ଅନ୍ୟମାନେ ପ୍ରାଣ ବିକଳରେ ଘଟଣା ସ୍ଥଳରୁ ଛାତ୍ରଭଙ୍ଗ ଦେଇଥିଲେ । ପରବର୍ତ୍ତୀ ସମୟରେ ହାତୀ ଘଟଣା ସ୍ଥଳରୁ ଚାଲିଯିବା ପରେ କ୍ଷତାକ୍ତ ଜୀବନକୁ ଗ୍ରାମବାସୀ ମାନେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏ ବାବଦରେ ଗ୍ରାମବାସୀ ବନ ବିଭାଗର ଅଧିକାରୀ ଙ୍କୁ ଅବଗତ କରାଇବା ପରେ ଖୋର୍ଦ୍ଧା ବନବିଭାଗ ତରଫରୁ ରେଞ୍ଜର ଅସିତ କୁମାର ମିଶ୍ରଙ୍କ ମାଧ୍ୟମରେ ତୁରନ୍ତ ଆହତ ଜୀବନର ପରିବାରକୁ ଦଶ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି ଓ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ବହନ କରିବା ନେଇ ରେଞ୍ଜର ଙ୍କ ତରଫରୁ ପ୍ରତିଶୁତି ମଧ୍ୟ ଦିଆଯାଇଛି । ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *