ଗୁରୁଜଙ୍ଗ ଗୁଳିମାଡ଼ ଘଟଣାର ପର୍ଦାଫାସ ସହିତ ଦୁଇ ରାଜପଥ ଡକାୟତଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା : ୧୨/୦୨/୨୦୨୧ : ଖୋର୍ଦ୍ଧା ସହର ଗୁରୁଜଙ୍ଗ ରେ ଗତକାଲି ଘଟିଥିବା ଗୁଳିମାଡ ଘଟଣା ରେ ଖୋର୍ଦ୍ଧା ପୋଲିସ ର ଅପୂର୍ବ ସଫଳତା । ଗୁରୁଜଙ୍ଗ ଦେୱାନ ସାହିର ହରି ବେହେରାଙ୍କ ଘର କୁ ଗୁଳିମାଡ଼ ଘଟଣାର ଚବିଶି ଘଣ୍ଟା ନପୁରୁଣୁ ଆଦର୍ଶ ଥାନା ପୋଲିସ ଦ୍ବାରା ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଗିରଫ। ତା ସହିତ ଦୁଇଗୋଟି ବନ୍ଧୁକ ସହ କିଛି ଜୀବନ୍ତ ଗୁଳି ଓ ସାତଟି ମୋବାଇଲ ଫୋନ ସମେତ ବ୍ୟବହୃତ ଏକ ଇଣ୍ଡିକା କାର ମଧ୍ୟ ଜବତ କରିଛି ।

ଏଥିପାଇ ଖୋଦ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିବା ଖୋ ପୋଲିସ ଅପରାଧିକୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ଖୋର୍ଦ୍ଧା ଗାନ୍ଧୀ ପଡ଼ିଆର ୩୬ ବର୍ଷୀୟ ରାମଚନ୍ଦ୍ର ଦାସ, କାଇପଦର ଅଞ୍ଚଳର ୨୮ ବର୍ଷୀୟ ବିଶ୍ୱଜିତ ବାରିକ ଓ ଅନ୍ୟ ଜଣେ ନୟାଗଡ଼ ଜିଲ୍ଲା ରଣପୁର ର ମଧୁପୁର ଅଞ୍ଚଳର ଅନନ୍ତ ମାଛୁଆ । ପୂର୍ବରୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଅନେକ ଅପରାଧିକ ମାମଲା ଥିବାର କହିଛନ୍ତି ଖୋର୍ଦ୍ଧା ଏସ୍ପି ।

ସେହିପରି ଗତକାଲି ରାତ୍ରିକାଳୀନ ପାଟ୍ରୋଲିଙ୍ଗ ସମୟରେ ଖୋର୍ଦ୍ଧା ଚଣ୍ଡିଚୁଆ ଛକ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ଚଢ଼ାଉ କରି ଦୁଇ ଅପରାଧି ଶେଖ ତାହୁସିଫ ଓ ଶେଖ ମୁସ୍ତାକକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ମଧ୍ୟ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ନେଇ ଆଜି ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂତନ ଭାବେ ଯୋଗ ଦେଇଥିବା ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ରାଜକିଶୋର ଦୋରା ।
