ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରରେ ପୁନର୍ବାର ଖାଦ୍ୟ ଯାଞ୍ଚ ପ୍ରକ୍ରିୟା

ଖୋର୍ଦ୍ଧା : ୩୦/୦୧ : ପୁନର୍ବାର ଆଜି ଅଚାନକ ଖୋର୍ଦ୍ଧା ସହରରେ ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଖାଦ୍ୟ ଯାଞ୍ଚ ପ୍ରକ୍ରିୟା ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ପୌର ପରିଷଦ ଓ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ମିଳିତ ଭାବେ ଖୋର୍ଦ୍ଧା ସହରର ରାଜପଥରେ ଥିବା ବିଭିନ୍ନ ହୋଟେଲ ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ବ ବାସୀ ଖାଦ୍ୟ ସବୁ କୁ ଜବତ କରି ନଷ୍ଟ କରାଯାଇଛି ।

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ପଚିଶ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇ ହୋଟେଲ ମାଲିକ ମାନଙ୍କୁ ଆଗକୁ ବାସିଖାଦ୍ୟ ନ ରଖିବା  ସ୍ଵଛତା ଉପରେ ଧ୍ୟାନ ଦେବା ସହିତ ଫୁଡ଼ ଲାଇସେନ୍ସ ସାର୍ଟିଫିକେଟ ଗ୍ରାହକଙ୍କ ଅବଗତି ନିମନ୍ତେ ତାଗିଦ କରାଯାଇଛି ।

ଆଗାମୀ ଦିନରେ ଏଭଳି ଅଚାନକ ଚଢ଼ାଉ ପ୍ରର୍ଯାୟ କ୍ରମେ ଜାରି ରହିବ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗର
ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *