ଖୋର୍ଦ୍ଧା ଜିଲ୍ଲାରେ ଆଉ ଏକ ପରିବାର କଙ୍ଗାରୁ କୋର୍ଟର ଶିକାର

ଖୋର୍ଦ୍ଧା : ୩୦/୦୧ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଜଗନ୍ନାଥପୁର ପାଟଣା ଗ୍ରାମର ଏକ ପରିବାରକୁ ଗ୍ରାମବାସୀ ନିଆଁ ପାଣି ବାସନ୍ଦ କରିବା ଘଟଣା ସାମ୍ନାକୁ ଆସିଛି ।ଦୀର୍ଘଦିନ ଧରି ଏହି ଗ୍ରାମର କଳ୍ପନା ବେହେରାଙ୍କ ପରିବାର ଗ୍ରାମବାସୀଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଆସୁଛନ୍ତି

ଦଧିବାମନପୁର ମୌଜାରେ ଏହି ପରିବାରର ୯୮ ଡେସିମିଲ ଜମି ରହିଛି।ଉକ୍ତ ଜମିରେ ଗ୍ରାମବାସୀ ମାନେ ଜୋର ଜବରଦସ୍ତ ଏକ ମନ୍ଦିର ତୋଳିବା ସହ ଜବରଦଖଲ କୁ ନେଇ କଳ୍ପନାଙ୍କ  ଘରକୁ ମଧ୍ୟ ଭଙ୍ଗାରୁଜା କରିବା ସହିତ ତାଙ୍କ ପରିବାରକୁ ଏକ ଘରକିଆ କରି ନିଆଁ ପାଣି ବାସନ୍ଦ କରିଛନ୍ତି।

ଏ ନେଇ ପରିବାର ପକ୍ଷରୁ ଥାନାଠୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ  ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି।

ପୁଲିସ ଲାଞ୍ଚ ନେଇ ଓଲଟା ସେମାନଙ୍କୁ ହଇରାଣ କରୁଛି ବୋଲି କଳ୍ପନା ଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗାଁ ଲୋକଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ କଳ୍ପନା ନିଜ ପରିବାର ସହ ଗ୍ରାମ ଛାଡି ବାହାରେ ରହୁଥିବା ବେଳେ ଶୁକ୍ରବାର ନିଜ ପରିବାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସକାଳୁ ଧାରଣା ଦେଇଥିଲେ ।

ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରାଯିବା ସହିତ ବିବାଦିତ ଜାଗାକୁ ପୁନର୍ବାର ମାପଚୁପ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଛନ୍ତି।

Leave a Reply

Your email address will not be published. Required fields are marked *