କାଇପଦର ପୀର ବାବା ଦରଘା ନିକଟରେ କାଉ ମଡକ : ବାର୍ଡଫ୍ଲୁ ଆଶଙ୍କା।

ଖୋର୍ଦ୍ଧା : ୧୯/୦୨/୨୦୨୧ : ଖୋର୍ଦ୍ଧା ସହର ନିକଟବର୍ତ୍ତୀ କାଇପଦର ଗ୍ରାମରେ ଆଜି ସକାଳୁ ସକାଳୁ ୫୦ ରୁ ୬୦ କାଉ ମରି ପଡିଥିବାର ଦେଖିବାକୁ ମିଳିଛି । କାଇପଦର ପୀରବାବା ଦରଘା ନିକଟରେ ଗତ ଦୁଇ ତିନିଦିନ ଧରି ଅନେକ କାଉ ମରୁଥିବାର ଦେଖିବାକୁ ମିଳିଛି।

ଗତ ଦୁଇତିନି ଦିନ ମଧ୍ୟରେ ୫୦/୬୦ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି। ଏପରି ଲଗାତାର କାଉ ମରୁଥିବା ଦେଖି ବାର୍ଡ ଫ୍ଲୁ ଆଶଙ୍କା କରି ସ୍ଥାନୀୟ ଅଞ୍ଚଳ ବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି। କାଉ ମଡକ ବିଷୟରେ ଖବର ପାଇ ଖୋର୍ଦ୍ଧା ପ୍ରାଣୀ ଚିକିତ୍ସାଳୟର ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି କାଉମାନଙ୍କ ମୃତ ଦେହ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛି।

Leave a Reply

Your email address will not be published. Required fields are marked *