ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅଭିଯୋଗ ପରେ ପୁନର୍ବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଆଇ.ସି.ଟି.ଇ ର କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ

ଖୋର୍ଦ୍ଧା : ୨୫/୦୨/୨୦୨୧ : ବିନା କୌଣସି ସୂଚନାରେ ଛଟେଇ କରା ଯାଇଥିବା  ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା କମ୍ପ୍ୟୁଟର ସଂଯୋଜକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ନଅ ତାରିଖରେ ଧାରଣା ଦେଇଥିଲେ  କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ।ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିଶୁତି ନ ମିଳିବାରୁ ପୁନର୍ବାର ଆଜି ସକାଳୁ ଜିଲ୍ଲାର ପାଖାପାଖି ୨୦୦ ଜଣ ଆଇ.ସି.ଟି.ଇ.  ର କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣାରେ ବସିବା ସହିତ ନିଜ ଦାବିପତ୍ର ଜିଲ୍ଲାପାଳଙ୍କୁ ଙ୍କୁ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ନିମନ୍ତେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ରଖିଥିବା ବେଳେ ଶିକ୍ଷାବିଭାଗ ଦୋମୁହାଁ ନୀତି ଅବଳମ୍ବନ କରି ସେମାନଙ୍କୁ ଛଟେଇ କରୁଥିବା ଅଭିଯୋଗ କରିଛନ୍ତି । ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବା ସହିତ କମ୍ପ୍ୟୁଟର ଶିକ୍ଷା ଦେଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଜୀବିକା ହରାଇଥିବା କଥା କହିଛନ୍ତି । କ୍ରମାଗତ ଭାବେ ଦୀର୍ଘ ପାଞ୍ଚବର୍ଷ ଧରି ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ କିପରି ସେମାନେ ନିଜର ପ୍ରତିପୋଷଣ କରିବେ ବୋଲି ରାଜ୍ୟ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ଶିକ୍ଷା ବିଭାଗ ଏହି ଛଟେଇ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ନେଇ ସଂଘ ଚେତାବନୀ ଦେବା ସହିତ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେବାକୁ ପଛେଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *