ଖୋର୍ଦ୍ଧା ଜିଲ୍ଲା ପୋଲିସ ର ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ : ୬ଜଣ କର୍ମଚାରୀ ସମ୍ବର୍ଦ୍ଧିତ

ଖୋର୍ଦ୍ଧା: ୦୧/୦୪/୨୦୨୧:  ଉତ୍କଳ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ବାହିନୀ ପକ୍ଷରୁ ତରତୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ କିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଜର୍ଭ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ୟାରେଡ଼ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ଶ୍ରୀ ଦୋରା ନିଜ ଅଭିଭାଷଣରେ ସମଗ୍ର ରାଜ୍ୟରେ କରୋନା ଯୁଦ୍ଧରେ ସହିଦ ହୋଇଥିବା ଯୋଦ୍ଧା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପୋଲିସ ସେବା ପାଇଁ ନିଜକୁ ଉତ୍ସଗିକୃତ କରିଥିବା କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରେରିତ ବାର୍ତ୍ତା ପଠନ କରିଥିଲେ ।

ଏହି ଅବସରରେ ଖୋର୍ଦ୍ଧା ଆଦର୍ଶ ଥାନା ସବ-ଇନିସ୍ପେକ୍ଟର ବିଜୟ କେତନ ବେହେରାଙ୍କ ସମେତ ଖୋର୍ଦ୍ଧା ରିଜର୍ଭ ପୋଲିସ ର ଆସିଷ୍ଟାଣ୍ଡ ସବ-ଇନିସ୍ପେକ୍ଟର ବିଶ୍ୱନାଥ ସାହୁ,
ହାବିଲଦାର ବିଦେଶୀ ନାୟକ, କନେଷ୍ଟବଳ ସତ୍ୟପୀର ବାରିକ, ପବିତ୍ର କୁମାର ସାହୁ ଓ ହିମାଂଶୁ କୁମାର ସେଠୀଙ୍କୁ ପୋଲିସ ବିଭାଗରେ ନିରନ୍ତର ସେବା ଓ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା ।

ଏହି ଉତ୍ସବ ଅବସରରେ ଶ୍ରୀଯୁକ୍ତ ରାଜ କିଶୋର ଦୋରାଙ୍କ ସମେତ ଜିଲ୍ଲା ପୋଲିସର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର ଓ  ଅବସରପ୍ରାପ୍ତ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପୋଲିସ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହୋଇଥିଲେ ।

Leave a Reply

Your email address will not be published. Required fields are marked *