କୋଭିଡ ସଚେତନତା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପଦଯାତ୍ରା

ଖୋର୍ଦ୍ଧା : ୨୪/୦୩/୨୦୨୧ : ପୁନର୍ବାର ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି |

ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଲେ ପୁଣି  ପୂର୍ବ ବର୍ଷ ପରି ଲକଡାଉନ ଓ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି, ହେଲେ ସେ ସବୁ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ପାଇଁ ଏବେ ଠାରୁ ସତର୍କ ଏବଂ ସଚେତନ ରହିବାକୁ ଗତକାଲି ମୁଖ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ |

ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଆଜି ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜନସାଧାରଣଙ୍କୁ କୋଭିଡ ସମ୍ପର୍କରେ ସଚେତନ କରିବା ନେଇ ଏକ ପଦଯାତ୍ରା ବାହାରିଥିଲେ |

ଏହି ପଦଯାତ୍ରାରେ ଜିଲ୍ଲାପାଳ ପ୍ରତ୍ୟେକ ବ୍ୟକ୍ତିଙ୍କ ସମେତ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନେଇ ଖୋର୍ଦ୍ଧାର ସମସ୍ତ ଜନସାଧାରଣଙ୍କୁ ସଚେତନ କରିବା ସହିତ କରୋନା ମୁକାବିଲା କୁ ନେଇ ସଚେତନତା କରାଇଥିଲେ ଏବଂ କରୋନା ମୁକାବିଲା ପାଇଁ ଏହା ଏକ ପ୍ରମୁଖ ଅସ୍ତ୍ର ବୋଲି ଜନସାଧାରଣଙ୍କ ଆଗରେ ପ୍ରକାଶ କରିଥିଲେ | 

ସେହିପରି ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନକୁ ଅ।ସୁଥିବା ବାହାର ରାଜ୍ୟର ଶ୍ରମିକ ଓ ଛାତ୍ର ଛାତ୍ରୀଙ୍କ ତଥ୍ୟ ସରକାରଙ୍କୁ ଓ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରିଥିଲେ । ବିନା ମାସ୍କରେ ପଇଁତରା ମାରୁଥିବା ଲୋକ ମାନଙ୍କୁ କରୋନାରୁ ରକ୍ଷାପାଇବା ଏବଂ କୋଭିଡ ନିୟମକୁ ପାଳନ କରିବା ପାଇଁ ନିଜେ ଜିଲ୍ଲାପାଳ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା|

ସେହିପରି ଆଗକୁ ଅମାନିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଦୋଳ ଓ ହୋଲି ଉପରେ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ଜନସାଧାରଣ ଏହାକୁ ମାନି ନିୟମ ଅନୁସାରେ ହୋଲି ଓ ଦୋଳ ପାଳନ କରିବାକୁ କହିଛନ୍ତି ।

ଉକ୍ତ ପଦଯାତ୍ରାରେ ଜିଲ୍ଲାପାଳଙ୍କ ସହିତ ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ , ପୌର ପରିଷଦ ଅଧିକାରୀ ଶ୍ରୀମତୀ ଶ୍ଵେତପଦ୍ମା ଡି ଶତପଥୀ , ଖୋର୍ଦ୍ଧା ତହସିଲଦାର ପଦ୍ମଲୋଚନ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର  ବହୁ କର୍ମଚାରୀ ମାନେ ଏହି ପଦଯାତ୍ରାରେ ଯୋଗଦେଇଥିଲେ |

Leave a Reply

Your email address will not be published. Required fields are marked *