ଖିମଜୀ ଜୁଏଲର୍ସର କଟକ ଷ୍ଟୋର୍‍ର ୧୩ତମ ବାର୍ଷିକ ଉତ୍ସବ ପାଳନ

କଟକ : ଖିମଜୀ ଜୁଏଲର୍ସ ତାହାର କଟକ ଷ୍ଟୋର୍‍ର ୧୩ତମ ବାର୍ଷିକ ପୂର୍ତ୍ତି ସମ୍ପର୍କରେ ଆନନ୍ଦ ଓ ଉତ୍ସାହର ସହିତ ଘୋଷଣା କରୁଛି । ଏହି ସ୍ୱତନ୍ତ୍ର ଅବସରକୁ ପାଳନ କରିବା ପାଇଁ ଖିମଜୀ ଜୁଏଲର୍ସ ୨୦୨୪ ମେ ୨୨ ତାରିଖରୁ ମେ ୨୬ ତାରିଖ ପର୍ଯ୍ୟନ୍ତ ବହୁବିଧ ସ୍ୱତନ୍ତ୍ର ରିହାତି ଅଫର୍‍ ପ୍ରଦାନ କରୁଛି । ଗ୍ରାହକମାନେ ସୁନା ଗହଣା ଗଢା ମଜୁରୀ ଉପରେ ଫ୍ଲାଟ୍‍ ୩୦% ଛାଡ, ହୀରା ଗହଣା ଗଢା ମଜୁରୀ ଉପରେ ଫ୍ଲାଟ୍‍ ୨୦% ଛାଡ ଏବଂ ଓଜନିଆ ରୂପା ଜିନିଷର ଗଢା ମଜୁରୀ ଉପରେ ଫ୍ଲାଟ୍‍ ୨୦% ଛାଡ ପାଇବେ । ଏହି ବର୍ଷପୂର୍ତ୍ତି ଉତ୍ସବ ପାଳନ ଖିମଜୀ ଜୁଏଲର୍ସର ସୁଦୀର୍ଘ ପରମ୍ପରା ଏବଂ ଉତ୍କର୍ଷ ନିମନ୍ତେ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଦୀର୍ଘ ୮୮ ବର୍ଷର ସମୃଦ୍ଧ ଐତିହ୍ୟକୁ ନେଇ ଖିମଜୀ ଜୁଏଲର୍ସ ଅତି ନିଖୁଣ କାରିଗରୀ ଏବଂ ଅତୁଳନୀୟ ଗୁଣବତ୍ତା ସହିତ ଏକ ସୁପରିଚିତ ନାମ ହୋଇଛି । ବିଶେଷକରି ଏହାର କଟକ ଷ୍ଟୋର୍‍ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ବିଶ୍ୱାସ ଓ ସୌନ୍ଦର୍ଯ୍ୟର ପ୍ରତୀକ ହୋଇଛି, ଯାହା ପ୍ରତ୍ୟେକଟି ଅବସର ଏବଂ ପସନ୍ଦକୁ ଖାପ ଖୁଆଇବା ଭଳି ବହୁବିଧ ବର୍ଗର ଗହଣା ଯୋଗାଇ ଦେଉଛି । ଉତ୍ସାହ
ଶ୍ରୀ ମିତେଶ ଖିମଜୀ, ଡାଇରେକ୍ଟର, ଖିମଜୀ ଜୁଏଲର୍ସ ଏହି ମାଇଲଖୁଣ୍ଟ ନିମନ୍ତେ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି, “ଆମ କଟକ ଷ୍ଟୋର୍‍ର ୧୩ତମ ବର୍ଷ ପୂର୍ତ୍ତି ଆମ ମାନଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇଛି । ଆମେ ଅତ୍ୟନ୍ତ ଗଭୀରତାର ସହିତ ଆମ ଗ୍ରାହକମାନେ ଏହି ବର୍ଷଗୁଡିକରେ ଆମ ପ୍ରତି ରଖିଆସିଥିବା ବିଶ୍ୱାସ, ପ୍ରତିବଦ୍ଧତା ଓ ସମର୍ଥନକୁ ପ୍ରଶଂସା କରୁଛୁ । ଏହି ଅନନ୍ୟ ଅବସର ପାଳନ କରିବା ନିମନ୍ତେ ଆମେ ଆମ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଆନନ୍ଦ ଓ ଉତ୍ସାହର ସହିତ ସ୍ୱତନ୍ତ୍ର ରିହାତି ଅଫର୍‍ ପ୍ରଦାନ କରୁଛୁ । ଖିମଜୀ ଜୁଏଲର୍ସରେ ଆମେ ଅତୁଳନୀୟ ମୂଲ୍ୟ ଏବଂ ଏକ ସ୍ମରଣୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ନିମନ୍ତେ ଉତ୍ସର୍ଗୀକୃତ ରହିଛୁ, ଯାହା ଆମ ଗ୍ରାହକଙ୍କର ଆବଶ୍ୟକତା ଏବଂ ସେମାନଙ୍କର ପସନ୍ଦକୁ ଆମେ ସର୍ବାଗ୍ରେ ସ୍ଥାନିତ କରିବା ସୁନିଶ୍ଚିତ କରୁଛି ।”
ଖିମଜୀ ଜୁଏଲର୍ସର ଗୁଣବତ୍ତା ଏବଂ ଗ୍ରାହକ ସନ୍ତୁଷ୍ଟି ନିମନ୍ତେ ଏକନିଷ୍ଠ ଉତ୍ସର୍ଗୀକୃତ ଭାବ ତାହାର ସ୍ଥିତିକୁ ଓଡ଼ିଶାରେ ସର୍ବାଧିକ ବିଶ୍ୱସନୀୟ ଜୁଏଲର ଭାବରେ ସୁଦୃଢ କରିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଠଟି ରଣକୌଶଳାତ୍ମକ ଭାବରେ ଅବସ୍ଥିତ ଷ୍ଟୋରଗୁଡିକ ସହିତ ଖିମଜୀ ଜୁଏଲର୍ସ ନିଜ ଗହଣାଗୁଡିକରେ ଚିରନ୍ତନ ସୌନ୍ଦର୍ଯ୍ୟ ଏବଂ ଉଚ୍ଚକୋଟୀର କାରିଗରୀ ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କର ଶ୍ରେଷ୍ଠ ପସନ୍ଦ ହୋଇଛି । ଏହି ଉତ୍ସବ ପାଳନ କେଳବ ଆଉ ଗୋଟିଏ ବର୍ଷକୁ ନେଇ ଆଗକୁ ବଢିବା ନୁହେଁ, ବରଂ ତାହାସହିତ ଆଗ ଗ୍ରାହକମାନେ ଆକାଂକ୍ଷା ରଖୁଥିବା ଅତୁଳନୀୟ ମୂଲ୍ୟ ଏବଂ ଅନନ୍ୟ ସେବା ଯୋଗାଇଦେବାକୁ ଆମର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରୁଛି । ଆମେ ଆମ ଜନସମୁଦାୟଙ୍କୁ ଆଗାମୀ ଅନେକ ବର୍ଷ ଧରି ଅତି ସୁନ୍ଦର ଗହଣା ଏବଂ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବାର ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖୁଛୁ ।
ଖିମଜୀ ସମ୍ପର୍କରେ: ଖିମଜୀ ଜୁଏଲର୍ସ ଏକ ୮୮ ବର୍ଷ ପୁରାତନ ଜୁଏଲାରୀ ବ୍ରାଣ୍ଡ୍‍ ଯାହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅବସ୍ଥିତ । ଏହି ବ୍ରାଣ୍ଡ୍‍ର ରାଜ୍ୟରେ ୮ଟି ଷ୍ଟୋର ରହିଛି ଏବଂ ଏହା ରାଜ୍ୟରେ ସବୁଠାରୁ ବିଶ୍ୱସନୀୟ ଜୁଏଲର ଭାବରେ ସୁପରିଚିତ । ଅଧିକ ଜାଣିବା ପାଇଁ ଦେଖନ୍ତୁ: ଙ୍ଗଙ୍ଗଙ୍ଗ.ଳଷସଜ୍ଞହସହରଙ୍ଗରକ୍ଷକ୍ଷରକ୍ସଗ୍ଦ.ମକ୍ଟଜ୍ଞ

Leave a Reply

Your email address will not be published. Required fields are marked *