କଙ୍ଗନାଙ୍କ ନିର୍ବାଚନ ଲଢ଼ିବା ପ୍ରସଂଗରେ ଏପରି କହି‌ଲେ ହେମା

ନୂଆଦିଳ୍ଲୀ: ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀ ମଥୁରାର ସାଂସଦ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ସେଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। କଙ୍ଗନାଙ୍କ ନିର୍ବାଚନ ଲଢ଼ିବା ନେଇ ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ପ୍ରଶ୍ନରେ ଏକଦମ ବେଖାତିର ଭାବରେ ମନ୍ତବ୍ୟ ଦେଇଛନ୍ତି ହେମା ମାଳିନୀ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଗଣମାଧ୍ୟମ ପ୍ରତିନିଧି କହୁଛନ୍ତି କି ଆଗାମୀ ୨୦୨୪ ମସିହା ଲୋକସଭା ନିର୍ବାଚନରେ ମଥୁରାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଙ୍ଗନା ରାଣାୱତ୍‌। ଯାହାକୁ ଶୁଣିବା ମାତ୍ରେ ହେମା ମାଳିନୀ କହୁଛନ୍ତି, ‘ବଢ଼ିଆ, ଖୁବ୍ ଭଲ।’ ତାପରେ ଗଣମାଧ୍ୟମ ପ୍ରତିନିଧି ଜଣକ ପଚାରୁଛନ୍ତି, ‘ଏଥିରେ ଆପଣଙ୍କ ବିଚାର କ’ଣ?’ ଯାହାର ଉତ୍ତରରେ ହେମା କହୁଛନ୍ତି, ‘ବିଚାର ମୁଁ କ’ଣ କହିବି? ମୋ ବିଚାର ଭଗବାନଙ୍କ ଉପରେ। ଭଗବାନ କୃଷ୍ଣଙ୍କର ଯାହା ଇଛ‌ା ସେ କରିବେ।’

ତା’ପରେ ଏକଦମ ସ୍ପଷ୍ଟ ଭାବେ ସେ ନିଜର ମତ ରଖି କହୁଛନ୍ତି କି ‘ମଥୁରାର ଯିଏ ସାଂସଦ ବନିବାକୁ ଚାହିଁବେ ତାଙ୍କୁ ତ ଆପଣମାନେ ବନିବାକୁ ଦେବେ ନାହିଁ। ଯଦି ଆପଣମାନେ ମୁଣ୍ଡରେ ରଖିଛନ୍ତି ଯେ ଫିଲ୍ମ ଷ୍ଟାର୍‌ ହିଁ ବନିବେ। ଆପଣଙ୍କୁ ଫିଲ୍ମ ଷ୍ଟାର୍‌ ହିଁ ଦରକାର। ତେବେ କାଲି ରାକ୍ଷୀ ସାୱନ୍ତଙ୍କୁ ବି ସାଂସଦ ବନେଇ ଦେବେ।’

ହେମାଙ୍କର ଏହି ମନ୍ତବ୍ୟ ଏବେ ଖୁବ୍ ଚର୍ଚ୍ଚା ହେଉଛି। ୨୦୨୪ ମସିହାରେ ଲୋକସଭା ନିର୍ବାଚନରେ କଙ୍ଗନାଙ୍କ ନିର୍ବାଚନ ଲଢ଼ିବା ପ୍ରସଂଗରେ ପରୋକ୍ଷରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ହେମା ମାଳିନୀ।

Leave a Reply

Your email address will not be published. Required fields are marked *