କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରଚାର ଆରମ୍ଭ

ବାଲିଗୁଡ଼ା(ପ୍ରବାହ ନ୍ୟୁଜ୍‌) : ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତାଦଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ହଜାର ହଜାର କର୍ମୀ ସମର୍ଥକ ଙ୍କର ଉପସ୍ଥିତ ରେ ଆଜି ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ତା ୨୪/୪/୨୦୨୪ ରିଖ ବୁଧବାର ସକାଳେ ବାଲିଗୁଡ଼ା ସହରରେ ବିଜେଡ଼ି ପକ୍ଷରୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଙ୍କର ନେତୃତ୍ୱରେ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । 

ଏଥିରେ ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର ଯୋଗଦେଇୟ ଲୋକଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଶୋଭାଯାତ୍ରାରେ ବାଲିଗୁଡ଼ାର ୫ଶହରୁ ଉର୍ଦ୍ଧ୍ବ ମୋଟରସାଇକେଲ ଓ ୫ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।‌ ପରେ‌ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ଶ୍ରୀ ସାମନ୍ତ ଓ ଶ୍ରୀ କହଁର ସାରଙ୍ଗଗଡରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ କର୍ମୀ ସମାବେଶରେ ଉଦବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଦ୍ବିତୀୟ ଥର ଆପଣମାନଙ୍କ ର ସେବା କରିବା ପାଇଁ  ସାଂସଦ ପ୍ରାର୍ଥୀ କରିବା ସହ ଚକ୍ରମଣୀ କହଁରକୁ ବିଧାୟକ ପ୍ରାର୍ଥୀ କରିଛନ୍ତି।  ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡ଼ିଶା ଆଜି ଦେଶର ଏକ ଉନ୍ନତ ରାଜ୍ୟରେ ପରିଣତ ହୋଇଛି। ଓଡିଶାକୁ ଦେଶର ୧ନମ୍ଵର ରାଜ୍ୟରେ ପରିଣତ କରିବା ସହ କନ୍ଧମାଳ ଜିଲ୍ଲାକୁ ଏକ‌ ଉନ୍ନତ ଜିଲ୍ଲାରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ପଡ଼ିବ। ଏଥିପାଇଁ ଶ୍ରୀ ସାମନ୍ତ ସମସ୍ତଙ୍କ  ଆଶୀର୍ବାଦ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ଆପଣମାନଙ୍କ ସାଂସଦ ଓ ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଗତ ୫ବର୍ଷରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ବାଲିଗୁଡ଼ା ତଥା କନ୍ଧମାଳ ଜିଲ୍ଲାରେ ପ୍ରଗତିର ରଥକୁ ଆଗେଇ ନେବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ ନିମନ୍ତେ ଶ୍ରୀ ସାମନ୍ତ ନିବେଦନ କରିଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର, ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଂଯୋଜକ ଟୁନା ଦାଶ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କ ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚା ସମ୍ପାଦିକା ପୁନମ କହଁର ,ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ତଥା ଖଜୁରିପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର,ଜିଲ୍ଲା ବିଜୁଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ, ଜିଲ୍ଲା ଯୁବସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଫୁଲବାଣୀ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଲଳିତା ମୁନୀ ସମେତ କନ୍ଧମାଳ ଜିଲ୍ଲା ବିଜେଡ଼ିର ବିଭିନ୍ନ ଛାମୁଆ ସଙ୍ଗଠନର ମୁଖିଆମାନେ ଉପସ୍ଥିତ ଥିଲେ। ଏହି ସମାବେଶରେ କନ୍ଧମାଳ ଜିଲ୍ଲା ବିଜେପିର ଟାଣୁଆ ନେତା ଲଳିତ ମୋହନ ପାତ୍ରଙ୍କ ସମେତ କଂଗ୍ରେସ ଓ ବିଜେପିର ବହୁ କର୍ମୀ ଓ ସମର୍ଥକ ଵିଜେଡିରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *