ଡିଏଚଏଚ,ଝାରସୁଗୁଡ଼ାରେ ଅତ୍ୟାଧୁନିକ ଟ୍ରମା କେୟାର ସେଂଟର ଉନ୍ମୋଚିତ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟ ସେବା ବୃଦ୍ଧି ଦିଗରେ ଜେଏସଡବଲ୍ୟୁ ଫାଉଣ୍ଡେସନ ଏହାର ଜେଏସଏଲ ବିଏସପିଏଲ ସମ୍ବଲପୁର ୱାର୍ଡ଼ର ସିଏସଆର ପଦକ୍ଷେପ ଅନୁଯାୟୀ ୪ ମାର୍ଚ୍ଚ୨୪ରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହେଡକ୍ୱାର୍ଟର ହସପିଟାଲରେ ଏକ ଟ୍ରମା କେୟାର ସେଂଟରକୁ ସମର୍ପିତ କରିଛି । ଜେଏସଡବଲ୍ୟୁ ଫାଉଣ୍ଡେସନ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହା ପଶ୍ଚିମ ଓଡ଼ିଶା ପାଇଁ ପ୍ରଥମ ଟ୍ରମା କେୟାର ସେଂଟର ହେବାକୁ ଯାଉଛି ।
ଉଦଘାଟନୀ ସମାରୋହରେ ଅନୀଲ କୁମାର ସିଂ ଜେଏସଡବଲ୍ୟୁ ବିପିଏସଏଲର ସଭାପତି ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀମତୀ ଅବୋଲି ସୁନିଲ ନାରବୋନେ- କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ, ଝାରସୁଗୁଡ଼ା ଓ ଦୀପାଳି ଦାସ, ଏମଏଲଏ, ଝାରସୁଗୁଡ଼ା,ଶ୍ରୀ ପରମାର ଶ୍ରୀମତୀ ପରଶୋତମ ଦାସ, ଏସପି, ଝାରସୁଗୁଡ଼ା ଓ ଡ. ମହେଶ ପଣ୍ଡା ସିଓଏମ ତଥା ପିଏଚଓ, ଝାରସୁଗୁଡ଼ା ଏହି ଉତ୍ସବରେ ଉପସ୍ଥିତ ଥିଲେ ।
ଝାରସୁଗୁଡ଼ାର ଡିଏଚଏଚ ରେ ୧୦ଟି ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଂଟର କାର୍ଯ୍ୟ କରିବ ଏହା ସଡ଼କ ଦୁର୍ଘଟଣା ପ୍ରଭାବକୁ କମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏଥିରେ ମଡ୍ୟୁଲାର ଅପରେସନ ଥିଏଟର, ଅଲଟ୍ରାସାଉଣ୍ଡ, ସିଆର ସିଷ୍ଟମ, ଏକ୍ସ-ରେ ପ୍ରଭୃତି ଆବଶ୍ୟକିୟ ଉପକରଣ ସୁବିଧା ରଖାଯାଇଛି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଅନିଲ କୁମାର ସିଂ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ନୂଆ ଟ୍ରମା କେୟାର ସେଂଟରଟି ପଡ଼ୋଶୀ ଅଂଚଳ ପାଇଁ ମଧ୍ୟ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତଃ ନବ କିଶୋର ଦାସଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ଏହି ଟ୍ରମା କୟାର ଉଦଘାଟନ ହୋଇଥିବା ସେ ଜଣାଇଛନ୍ତି । ଏହା ପ୍ରାୟ ଦେଢବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ସେ ଜଣାଇଛନ୍ତି । ଏମଏଲଏ ଦୀପାଳୀ ଦାସଙ୍କ ଦ୍ୱାରା ଏହି ସେଂଟର ଉଦଘାଟିତ ହୋଇଥିଲା ।
ଶ୍ରୀମତୀ ଅବୋଲି ସୁନୀଲ ନାରଭାନେ ଏହି ମହତ୍ୱପୂର୍ଣ୍ଣ ଯୋଗଦାନ ଲାଗି ଜେଏସଡବଲ୍ୟୁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମହେଶ ମୋହନ ପଣ୍ଡା କହିଛନ୍ତି ଯେ ଜେଏସଡବଲ୍ୟୁ ବିପିସିଏଲ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆଜି ପ୍ରଥମ ଟ୍ରମା କେୟାର ଉଦଘାଟିତ ହୋଇଥିବା ଆନନ୍ଦର ବିଷୟ ।
ଏହି ପ୍ରକଳ୍ପକୁ ସଫଳ କରିବାରେ ବିଶାଳ ରାଜ ଜେଏସଡବଲ୍ୟୁ ବିପିସିଏଲର ମୁଖ୍ୟ ସିଏସଆର ଓ ଅନ୍ୟାନ୍ୟ ଅଧିକାରୀ ତଥା ସ୍ୱେଛାସେବୀ ଅଧିକାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ଦ୍ୱାରା ସ୍ଥାନୀୟ ଗୋଷ୍ଠୀର ଲୋକମାନେ ଉପକୃତ ହେବା ସହିତ ପଡ଼ୋଶୀ ଅଂଚଳର ଲୋକମାନେ ଉପକୃତ ହୋଇପାରିବେ । ଏହା ଜେଏସଡବଲ୍ୟୁର ଏକ ପ୍ରତିବଦ୍ଧତା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଉଦଘାଟନୀ ସମାରୋହରେ ଅତିଥିମାନେ ଅତ୍ୟାଧୁିନକ ଉପକରଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଗୁଡ଼ିକୁ ବୁଲି ଦେଖିଥିଲେ । ଏହି ଟ୍ରମା ସେଂଟର ଝାରସୁଗୁଡ଼ାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିବ ।

Leave a Reply

Your email address will not be published. Required fields are marked *