ସେବା ଗ୍ରୁପ୍କୁ ଶବବାହକ ଭ୍ୟାନ ଯୋଗାଇଲା ଜେଏସ୍ଡବ୍ଲ୍ୟୁ
ବଡ଼ବିଲ: ଗୋଷ୍ଠୀସେବାର ଏକ ଅଂଶବିଶେଷ ଭାବେ ଜେଏସ୍ଡବ୍ଲ୍ୟୁ ବଡ଼ବିଲର ଏକ କମ୍ୟୁନିଟି ସେଣ୍ଟର ସେବା ଗ୍ରୁପ୍କୁ ଗୁରୁବାର ଏକ ମର୍ଚୁରୀ ଭ୍ୟାନ ବା ଶବବାହକ ଗା଼ଡ଼ି ପ୍ରଦାନ କରିଛି । ଏହି ଅବସରରେ ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉପସ୍ଥିତ ଥିଲେ । କମ୍ପାନୀର ଏକ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏପରି ସହାୟତା ପ୍ରଦାନ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ମର୍ଚୁରୀ ଭ୍ୟାନ୍ ସ୍ଥାନୀୟ ଲୋକଙ୍କ ପାଇଁ ବେଶ ସହାୟକ ହେବ । ଏଥିରେ ଏକ ଫ୍ରିଜର ବକ୍ସ ରହିଛି । ଯାହାଦ୍ୱାରା କିଛି ଦିନ ପର୍ଯ୍ୟନ୍ତ ଶବକ୍ଷୟ ହେବାରୁ ରୋକିହେବ ।
ଅନ୍ୟ ଅତିଥିଙ୍କ ମଧ୍ୟରେ ସାମାଜିକ କର୍ମୀ ପ୍ରଣବ କୁମାର ଦାସ, ଏମ୍ଏଟିଓଏ ଅଧ୍ୟକ୍ଷ ବିକାଶ ଷଡ଼ଙ୍ଗୀ, ସେବା ଗ୍ରୁପ୍ର ସଭାପତି ବିନୋଦ ଭୱଶିଙ୍କା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ସମସ୍ତ ଅତିଥି କମ୍ପାନୀର ଏପରି କାର୍ଯ୍ୟକୁ ସମର୍ଥନ ଦେଇଥିଲେ ।