ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ବଡ଼ବିଲ: ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ, ଜେଏସ୍ଡବ୍ଲ୍ୟୁ ଏହାର କାର୍ଯ୍ୟାଳୟ ପରିସର ଏବଂ ଖଣି ଅଞ୍ଚଳରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।
କମ୍ପାନୀର ଭଦ୍ରସାହି ଅଫିସ୍ରେ ୧୨ ଚାରା ରୋପଣ କରାଯାଇଛି । ସେଗୁଡ଼ିକ ଭଲ ଭାବେ ବଢ଼ିବା ପର୍ଯ୍ୟନ୍ତ କମ୍ପାନୀ ତାହାର ଦେଖାରଖା କରିବ । ଭଦ୍ରସାହି ସମେତ ନୂଆଗାଁ ଖଣି ଅଞ୍ଚଳ ଏବଂ ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ମଧ୍ୟ ଚାରା ଲଗାଯାଇଛି ।
ଏହାସହ କମ୍ପାନୀ ଜଜାଙ୍ଗ କଲୋନୀ ଏବଂ ଏହାର ପରିପାଶ୍ୱର୍ରେ ସ୍ୱଚ୍ଛତା ଅଭିଯାନ ଚଳାଇଥିଲା । ଆବର୍ଜନାମୁକ୍ତ ପରିବେଶ ଲକ୍ଷ୍ୟରେ ଜଜାଙ୍ଗ ନଦୀ ନିକଟ ପିକ୍ନିକ୍ ସ୍ପଟ୍ରୁ ଅଳିଆ ସଫା କରାଯାଇଥିଲା । ସ୍ୱାଧୀନତା ଦିବସ ସମ୍ପର୍କରେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ଜଜାଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହାର ବିଷୟବସ୍ତୁ ଥିଲା ‘ଆଜାଦୀ କା ଅମୃତ ମହୋତ୍ସବ’ । ଶେଷରେ ପ୍ରତିଯୋଗିତାରେ ଜିତିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ।
ସୁସ୍ଥ ଜୀବନଶୈଳୀ, ସାନିଟାଇଜେଶନ ଅଭିଯାନକୁ ଆଗେଇ ନେବା ସହ କୋଭିଡ୍-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ ମଧ୍ୟ ଏହି ମହୋତ୍ସବ ପାଳନର ଅଂଶ ଥିଲା ।


୨୦୨୨ ଜୁଲାଇ ୧ରୁ ଦେଶରେ ସିଙ୍ଗିଲ୍ ୟୁଜ୍ ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି । ସରକାରଙ୍କ ନିୟମର ଅନୁସରଣ କରି ଜେଏସ୍ଡବ୍ଲ୍ୟୁ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ କମ୍ପାନୀ କର୍ମଚାରୀ ଏବଂ ଅନ୍ୟମାନେ ଯେପରି ଉକ୍ତ ନିର୍ଦ୍ଦେଶାବଳୀର ପାଳନ କରନ୍ତି ସେ ଦିଗରେ ସତର୍କ ଓ ସଚେତନ କରାଇବ । କର୍ମଚାରୀମାନଙ୍କ ମଧ୍ୟରେ ଏକ ସଚେତନମୂଳକ ଜୀବନଶୈଳୀ ବଞ୍ଚିବା ମନୋବୃତ୍ତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକ ଉନ୍ନତ ଏବଂ ସ୍ଥିର ଜୀବନ ପାଇଁ କର୍ମଚାରୀମାନେ ସଂକଳ୍ପ ନେବାକୁ ଏଥିରେ ପରାମର୍ଶ ଦିଆଯାଇଥିଲା ।
ସ୍ୱାଧୀନତର ୭୫ ବର୍ଷ ପୂରଣ ତଥା ଲୋକ, ସଂସ୍କୃତି ଏବଂ ଗୌରବମୟ ଇତିହାସ ତଥା ସଫଳତାକୁ ସ୍ମରଣ କରିବା ପାଇଁ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି ।
ଆଜାଦୀ କା ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିଲା । ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ୭୫ ସପ୍ତାହ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ୨୦୨୩ ଅଗଷ୍ଟ ୧୫ରେ ଶେଷ ହେବ ।
ଜଗତସିଂପୁର ଜିଲାର ଏରସମା ବ୍ଲକରେ ଥିବା ଅଙ୍ଗନୱାଡିଗୁଡ଼ିକୁ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ ଏହାର ଆଇଏସ୍ପି ପ୍ରକଳ୍ପ ଅଞ୍ଚଳରେ ଅନ୍ତର୍ଭୂକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି । ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲର ଇଣ୍ଟିଗ୍ରେଟେଡ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ପ୍ରତ୍ୟକ୍ଷ ପ୍ରଭାବ କ୍ଷେତ୍ରରେ ଆସୁଥିବା ଢିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗର ୧୫ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥରେ ଚିତ୍ରଅଙ୍କନ, ବାଲା ମଡେଲ, ସୌନ୍ଦର୍ଯ୍ୟକରଣ ସହ ପିଲାମାନଙ୍କ ପାଇଁ ଖେଳିବା ବ୍ୟବସ୍ଥା କରାଯିବ । ୨୦ରୁ ଅଧିକ ପ୍ରକାରର ଶିକ୍ଷା ଓ ଖେଳ ସାମଗ୍ରୀ, ସ୍କୁଲ ବ୍ୟାଗ୍, ଇଂରାଜୀ ଏବଂ ଓଡ଼ିଆ ବର୍ଣ୍ଣମାଳା ବହି, ଆବାକସ୍ କାଉଣ୍ଟିଂ ଫ୍ରେମ୍, ଲୁଡୋ ମ୍ୟାଟ୍, ବେବି ସୁଇଙ୍ଗ, ବେବି ହର୍ସ ରକର୍ ଆଦି ପ୍ରଦାନ କରାଯିବ ।
ପାରାଦ୍ୱୀପ ଏବଂ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରକଳ୍ପ ପାରିପାଶ୍ୱର୍ିକ ଗ୍ରାମରେ ମଧ୍ୟ କମ୍ପାନୀ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଇଥିଲା । ଆଇଏସ୍ପି ପ୍ରକଳ୍ପର ୩ ପଞ୍ଚାୟତ ଏବଂ ପାରାଦୀପ ମ୍ୟୁନିସିପାଲିଟି ଅଞ୍ଚଳର ପ୍ରାୟ ୧୦ ହଜାର ହିତାଧିକାରୀଙ୍କ ପାଇଁ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା । ପାରାଦୀପ ମ୍ୟୁନିସିପାଲିଟି ଦ୍ୱାରା ଅଳିଆ ଆବର୍ଜନା ଉଠାଣକୁ ସହଜ କରିବା ପାଇଁ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ ଚକା ଥିବା ୬୦ଟି ଡଷ୍ଟବିନ୍ ଯୋଗାଇଛି । ନେହେରୁ ବଙ୍ଗଳା ନିକଟ ମେରାଇନ୍ ଡ୍ରାଇଭ୍ ରୋଡ୍ ପାଶ୍ୱର୍ରେ ପ୍ରାୟ ୫,୬୦୦ ବର୍ଗମିଟର ଅଞ୍ଚଳରେ ଚାରାରୋପଣ କରାଯାଇଥିଲା । ଢିଙ୍କିଆ ପଞ୍ଚାୟତ ଅଫିସ୍ ନିକଟରେ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଏକ କର୍କଟ ଚିହ୍ନଟ ଏବଂ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଇବା ସହ ମାଗଣାରେ ଔଷଧ ନେଇଥିଲେ । ଗଡ଼କୁଞ୍ଜଙ୍ଗରେ ରଥଯାତ୍ରା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ମାସ୍କ, ପିଇବା ପାଣି ଯୋଗାଯାଇଥିଲା ।