ଜେଏସପି ଫାଉଣ୍ଡେସନର “ଯଶସ୍ୱୀ” କରୁଅଛି ବାଳିକା ମାନଙ୍କ ଦକ୍ଷତା ବିକାଶ

ଅନୁଗୋଳ, ତା ୨୦.୧୦.୨୦୨୨ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ଦ୍ଵାରା ପ୍ରତିଭା ସମ୍ପନ୍ନ ବାଳିକା ଓ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ଆରମ୍ଭ କରାଯାଇଥିବା “ଯଶସ୍ୱୀ” ଯୋଜନା ମାଧ୍ୟମରେ ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ରାଜ୍ଯର ଅନେକ ବାଳିକା ଏବଂ ମହିଳା ଉପକୃତ ହୋଇ ପାରିଛନ୍ତି l

ଆର୍ଥିକ ଦୃଷ୍ଟିକୋଣରୁ ଅନଗ୍ରସର ଏବଂ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇ ରହି ଯାଇଥିବା ଅନେକ ମେଧାବୀ ମହିଳା ଏବଂ ବାଳିକାମାନେ ଆଜି ଏହି “ଯଶସ୍ୱୀ” ମେଧାବୃତ୍ତି ସହ ନିଜକୁ ଜଡିତ କରି ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ପ୍ରୟାସ ଜାରି ରଖିଛନ୍ତି l ଶିକ୍ଷା ଓ କୌଶଳ ବିକାଶ ଉପରେ ଆଧାରିତ ଯୋଜନା “ଯଶସ୍ୱୀ” ମାଧ୍ୟମରେ ଛାତ୍ରବୃତ୍ତି ପାଇବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ ଓ ବୟସ ୧୬ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥି ସମ୍ବନ୍ଧରେ ଅଧିକ ବିବରଣୀ ଆଶାୟୀ ମହିଳା ଏବଂ ବାଳିକା ମାନେ ଜେଏସପି ଫାଉଣ୍ଡେସନ ର ୱେବସାଇଟ https://jsplfoundation.com/education.html ରେ ପାଇ ପାରିଥାନ୍ତି l
ଯେଉଁ ବାଳିକା ଏବଂ ମହିଳାମାନେ ଦ୍ୱାଦଶ ଶ୍ରେଣୀ ରେ ପଢୁଥିବା ସହିତ ଦଶମ ଶ୍ରେଣୀରେ ସର୍ବନିମ୍ନ ୬୦ ପ୍ରତିଶତ ନମ୍ବର ରଖିଥିବେ, ସ୍ନାତକ କିମ୍ବା ସ୍ନାତକୋତ୍ତର ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନେ ପୂର୍ବ ବର୍ଷ ପରୀକ୍ଷାରେ ଯଦି ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖିଥିବେ, ମେଡିକାଲ କିମ୍ବା ଇଞ୍ଜିନିଅରିଂ ପଢୁଥିବା ଛାତ୍ରୀ ମାନେ ଏଣ୍ଟ୍ରାନ୍ସ ପରୀକ୍ଷା ରେ ସଫଳତା ପାଇଥିବେ ସେହିମାନେ ଏହି ଯଶସ୍ଵୀ ଯୋଜନା ଦ୍ଵାରା ଉପକୃତ ହୋଇପାରିବେ ।
ଏଥି ସହିତ ଯେଉଁ ବାଳିକା ଏବଂ ମହିଳାମାନେ ଦଶମ ଶ୍ରେଣୀରେ ଅନ୍ଯୁନ ୫୦ ପ୍ରତିଶତ ନମ୍ବର ରଖି ପାସ ହୋଇଥିବେ, ସେମାନେ କୌଶଳ ବିକାଶ ଶିକ୍ଷା ନିମନ୍ତେ ମେଧାବୃତ୍ତି ପାଇବା ପାଇଁ ଆବେଦନ କରିପାରିବେ l
ଚଳିତ ବର୍ଷ ଏହି ଯଶସ୍ଵୀ ଯୋଜନା ମାଧ୍ୟମରେ ମେଧାବୃତ୍ତି ନିମନ୍ତେ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୩୦ ତାରିଖ ଧାର୍ଯ୍ୟ କରାଯାଇଅଛି l ଯଶସ୍ଵୀ ମାଧ୍ୟମରେ ମେଧା ବୃତ୍ତି ପାଇବା ପାଇଁ ପରିବାର ମୁଖ୍ୟଙ୍କ ବାର୍ଷିକ ଆୟ ୨ ଲକ୍ଷ ଟଙ୍କା ରୁ କମ ହୋଇଥିବା ଜରୁରୀ।ଏଥିପାଇଁ ସରକାରୀ ନିର୍ଦ୍ଧାରିତ ବିଭାଗରୁ ଆୟ ପ୍ରମାଣ ପତ୍ର ଏବଂ ଯେଉଁଠି ଉଚ୍ଚ ଶିକ୍ଷା ପାଉଛନ୍ତି ତାର ପ୍ରମାଣ ପତ୍ର,ନିର୍ଦ୍ଧାରିତ ଫି ବାବଦରେ ସୂଚନା ଓ ତାର ପ୍ରମାଣପତ୍ର ଦାଖଲ କରିବାକୁ ପଡିଥାଏ l ଆବେଦନକାରୀ କେବଳ ଗୋଟିଏ କୋର୍ସ ପାଇଁ ଆବେଦନ କରିପାରିବେ ଏବଂ ନିଜ ଆଫିଡେଭିଟ ଜରିଆରେ ସେ ଅନ୍ୟ କୌଣସି ସୂତ୍ରରୁ ଛାତ୍ରବୃତ୍ତି ପାଉନଥିବା ମଧ୍ୟ ଘୋଷଣା କରିବା ଜରୁରୀ ହୋଇଥାଏ l