ଜିଓ ବ୍ୟବହାରକାରୀଙ୍କୁ ୧ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ିବନି ରିଚାର୍ଜ

ମୁମ୍ବାଇ: ଟେଲିକମ୍‌ କମ୍ପାନିଗୁଡ଼ିକ ଅନେକ ପ୍ରକାରର ରିଚାର୍ଜ ପ୍ଲାନ୍‌ ଅଫର୍‌ ଦେଇଥାନ୍ତି। ଏହି ଅଫର୍‌ଗୁଡ଼ିକରେ ଅପରେଟରଙ୍କୁ ଟକ୍‌ଟାଇମ୍‌ରୁ ନେଇ ବାର୍ଷିକ ପ୍ଲାନ୍‌ ପର୍ଯ୍ୟନ୍ତ ସବୁକିଛି ମିଳିଥାଏ। ଯଦି ଆପଣ ବାରମ୍ବାର ରିଚାର୍ଜ କରିବାର ଝଞ୍ଜଟରୁ ବଞ୍ଚିବାକୁ ଚାହାନ୍ତି ତ ଆପଣଙ୍କୁ ଜିଓର ଏହି ବାର୍ଷିକ ପ୍ଲାନକୁ ଆପଣେଇବାକୁ ପଡ଼ିବ।

ଜିଓ ପକ୍ଷରୁ ଆପଣଙ୍କୁ ୩ଟି ବାର୍ଷିକ ପ୍ଲାନ୍‌ର ଅଫର୍‌ ମିଳୁଛି। ଏଥିରୁ ୨ଟି ପ୍ଲାନର ବୈଧତା ୩୬୫ ଦିନର ରହିଥିବା ବେଳେ ଅନ୍ୟ ଏକ ପ୍ଲାନ୍‌ର ବୈଧତା ୩୩୬ ଦିନର।

ଏହି ୩ଟି ପ୍ଲାନ୍‌ର ଦରରେ ବିଶେଷ ତାରତମ୍ୟ ନାହିଁ। ମାତ୍ର ସୁବିଧାରେ ତାରତମ୍ୟ ରହିଛି। ଜିଓ ତାଲିକାର ବାର୍ଷିକ ଯୋଜନା ମଧ୍ୟରେ ସବୁଠାରୁ ପ୍ରଥମେ ଆପଣଙ୍କୁ ନଜର ଆସିବ ୨୫୪୫ ଟଙ୍କ‌ାର ଯୋଜନା। ଏହାର ବୈଧତା ୩୩୬ ଦିନର ହୋଇଥିବା ବେଳେ ଦୈନିକ ଡାଟା ମିଳିବ ୧.୫ ଜିବି।

ସେହିପରି ଅନ୍ୟ ଏକ ପ୍ଲାନ୍‌ ଅଛି ୨୮୭୯ ଟଙ୍କାର। ଏହି ପ୍ଲାନର ବୈଧତା ୩୬୫ ଦିନର ରହିଥିବା ବେଳେ ଦିନକୁ ୨ ଜିବି ଡାଟା ମଳିବ।

ସବୁ‌ଠାରୁ ଶେଷରେ ଥିବା ପ୍ଲାନଟି ହେଉଛି ୨୯୯୯ ଟଙ୍କାର। ଏଥିରେ ଆପଣଙ୍କୁ ୩୬୫ ଦିନର ବୈଧତା ମିଳୁଥିବା ବେଳେ ଦିନକୁ ୨.୫ ଜିବି ଡାଟା ମିଳିବ।

ସମସ୍ତ ପ୍ଲାନ୍‌ରେ ଆପଣଙ୍କୁ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ମାଗଣା ମିଳିବ। ତୃତୀୟ ପ୍ଲାନ୍‌ରେ ଆପଣଙ୍କୁ ଡିଜ୍‌ନି ପ୍ଲସ୍‌ ହଟ୍‌ଷ୍ଟାର୍‌ର ୧ ବର୍ଷ ପର୍ଯ୍ୟନ୍ତ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ବି ମିଳିବ। ସ୍ବାଧୀନତା ଦିବସ ଅବସରରେ କମ୍ପାନି ପକ୍ଷରୁ ଏହି ଅଫର୍‌ ଉପଲବ୍ଧ କରାଯାଇଛି।

Leave a Reply

Your email address will not be published. Required fields are marked *