୪ଜି ଫୋନ୍‌ରେ ବି ପାଇପାରିବେ ୫ଜି ସେବା

ନୂଆଦିଲ୍ଲୀ: ଏବେ ୪ଟି ସହରରେ ଜିଓ ୫ଜି ସେବା ଅରମ୍ଭ ହୋଇସାରିଛି। ସେହି ସହରଗୁଡ଼ିକ ହେଉଛି ଦିଲ୍ଳୀ, କୋଲକାତା, ମୁମ୍ବାଇ ଏବଂ ବାରଣାସୀ। ଗତ ସପ୍ତାହରେ ହୋଇଥିବା ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ(୨୦୨୨) ଉତ୍ସବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଥିଲେ ଯେ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଦେଶର ସବୁ ସ୍ଥାନରେ ଜିଓ ୫ଜି ନେଟୱର୍କ ଉପଲବ୍ଧ କରା ଯାଇଥିବ। ସେହିପରି ଏୟାର୍‌ଟେଲ୍‌ ପକ୍ଷରୁ ଶୁଣିବାକୁ ମିଳିଥିଲା ଯେ ୨୦୨୪ ମାର୍ଚ ମ‌ାସ ସୁଦ୍ଧା କମ୍ପାନି ସବୁଆଡ଼େ ୫ଜି ସେବା ଦେବାରେ ସମର୍ଥ ହୋଇ ସାରିଥିବ। ଏବେ ଏୟାର୍‌ଟେଲ୍‌ ୫ଜି ପ୍ଲସ୍‌  ୮ଟି ସହରରେ ସେବା ଆରମ୍ଭ କରିଛି।

ଜିଓ ଗତ ୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରଣାସୀରେ ୫ଜି ସେବାର ଏକ ବିଟା ପରୀକ୍ଷଣ ଆରମ୍ଭ କରିଛି। ଏବେ କମ୍ପାନି ତା’ର ବ୍ୟବହାରକାରୀଙ୍କୁ ୫ଜି ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି।

ତେବେ ପ୍ରଥମେ ପ୍ରଥମେ ୫ଜି ମୋବାଇଲ ଫୋନ ଗ୍ରାହକମାନେ ୬୦୦ ଏମ୍‌ବିପିଏସ୍‌ ବେଗରେ ସେବା ପାଇବେ। ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରଥମେ ନେଟୱର୍କ ଉପରେ ଚାପ ରହିବ ନାହିଁ। ତେଣୁ ଗ୍ରାହକମାନେ ଅଧିକ ବେଗରେ ସେବା ପାଇବେ। ଆପ୍‌ ଆକ୍ସେସ କରିବା ଏବଂ ଡାଟା ପ୍ରୋସେସିଂ କାର୍ଯ୍ୟ ପ୍ରଫେସନାଲ କମ୍ପ୍ୟୁଟର ଭଳି ବେଗରେ ହେବାର ଆଶା କରାଯାଉଛି।

ଗ୍ରାହକଙ୍କୁ ୫ଜି ସେବା ପାଇଁ ବର୍ତ୍ତମାନର ୪ଜି ସିମ୍‌ ବଦଳାଇବାକୁ ପଡ଼ିବ ନାହିଁ। ଜିଓ ପକ୍ଷରୁ କୁହାଯାଇଛି ଗୋଟିଏ ସହରରେ ଯଥେଷ୍ଟ ସଂଖ୍ୟକ ଗ୍ରାହକଙ୍କ ପାଖରେ ନେଟୱର୍କ ନପହଞ୍ଚିବା ପର୍ଯ୍ୟନ୍ତ ବିଟା ଟ୍ରାଏଲ ବା ପରୀକ୍ଷଣ ଜାରି ରହିବ। କମ୍ପାନି ୧ଜିବିପିଏସ ପର୍ଯ୍ୟନ୍ତ ବେଗରେ ୫ଜି ସେବା ଯୋଗାଇ ଦେବ ବୋଲି କହିଛି।

Leave a Reply

Your email address will not be published. Required fields are marked *