ମସ୍କୋ ଉଷୁ ଷ୍ଟାର୍ସ ୨୦୨୩ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ”ରେ ସ୍ୱର୍ଣ୍ଣ ପଦକ ବିଜୟିନୀ କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ ସମ୍ବର୍ଦ୍ଧିତ କରିଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର
ଯୋଡା/ବଡ଼ବିଲ: ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ୟୁନିଟ୍ ମୁଖ୍ୟ, ଜେଏସପି ପେଲେଟ୍ ପ୍ଲାଣ୍ଟ, ଯୋଡା-ବଡ଼ବିଲ ଅଞ୍ଚଳର ଉଦୟମନ କ୍ରୀଡ଼ା ପ୍ରତିଭା, କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ, “ମସ୍କୋ ଉଷୁ ଷ୍ଟାର୍ସ ୨୦୨୩ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ”ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ଲାଣ୍ଟ ସ୍ଥିତ ଅଡିଟୋରିଅମରେ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ସେ ଏହି ସମ୍ମାନାସ୍ପଦ ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଅଞ୍ଚଳ ପାଇଁ ସମ୍ମାନ ଆଣିପାରିଛନ୍ତି |
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ କୁମାରୀ ମହନ୍ତଙ୍କୁ ଉଷୁ ଖେଳ ପାଇଁ ତାଲିମ ସହ ସବୁ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଆସିଛି ।
ଶ୍ରୀ ପୁରୁଷୋତ୍ତମ, ଉପସ୍ଥିତ ଥିବା ପ୍ରତ୍ୟେକ ଖେଳାଳି ଓ ପ୍ରଶିକ୍ଷକ, ଶ୍ରୀ ପଙ୍କଜ କୁମାର ମହନ୍ତଙ୍କ ସହ ଜେଏସପି ଫାଉଣ୍ଡେସନ ଦ୍ୱାରା ଯୋଗାଇ ଦିଆଯାଉଥିବା ତାଲିମ ସୁବିଧା, କ୍ରୀଡା ଭିତ୍ତିଭୂମି ଇତ୍ୟାଦି ବିଷୟରେ ପୁଙ୍ଖ।ନୁ ପୁଙ୍ଖ ଆଲୋଚନା କରିବା ସହିତ ଫାଉଣ୍ଡେସନ ମାଧ୍ୟମରେ ଆଗକୁ ଅଧିକରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଶ୍ରୀ ସରତ କିଶୋର ପଣ୍ଡା, ମାନବସମ୍ଭଳ ବିଭାଗ ମୁଖ୍ୟ, ଶ୍ରୀ ଅରିଜିତ ବିଶ୍ୱାସ, ମୁଖ୍ୟ ଏଫ ଆଣ୍ଡ ଏ, ଶ୍ରୀ ଭର୍ଜିଲ ଲାକ୍ରା, ଜେଏସପି ବଡ଼ବିଲର ସିଏସଆର ମୁଖ୍ୟ ଏବଂ ପେଲେଟ୍ ୟୁନିଟ୍ରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ପୁରୁଷୋତ୍ତମ କହିଛନ୍ତି, “କୁମାରୀ ମହନ୍ତଙ୍କ ସହିତ ତୁମେ ସମସ୍ତେ ଆମ ରାଜ୍ୟର ପ୍ରତିଭାବାନ କ୍ରୀଡ଼ା ପ୍ରତିଭା | ଆମେ ଆପଣଙ୍କୁ ସର୍ବୋତ୍ତମ ତାଲିମ ସୁବିଧା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଚେଷ୍ଟା କରି ଆସିଛୁ | ଭବିଷ୍ୟତରେ ମଧ୍ୟ ଆପଣଙ୍କ ଖେଳର ଉନ୍ନତି ଦିଗରେ ଆମେ ଅଧିକ ଯତ୍ନବାନ ହେବୁ।”
ଏହି ଅବସରରେ, କଞ୍ଚାମାଲ ଏବଂ ସ୍ଲରି ପାଇପଲାଇନ ମୁଖ୍ୟ, ଶ୍ରୀ ଆଶିଷ ପାଣ୍ଡେ ତାଙ୍କ ବାର୍ତ୍ତାରେ କହିଛନ୍ତି, “ମୁଁ ନିଶ୍ଚିତ ଯେ, ଫାଉଣ୍ଡେସନ ଆମର କ୍ରୀଡ଼ାବିତ୍ମାନଙ୍କ ପାଇଁ ଆଗାମୀ ଦିନରେ ଅଧିକ ସହାୟତା ଯୋଗାଇଦେବ | କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ସେମାନେ ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧା ସବୁର ଫାଉଣ୍ଡେସନ ତାର ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶମିତ କରିବାକୁ ଯତ୍ନଶୀଳ ହେବ| ମୁଁ କାମନା କରୁଛି ଶ୍ଵେତା ରାଣୀ ଓ ଅନ୍ୟ ସମସ୍ତ ଖେଳାଳି ଜାତୀୟ / ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ମାନଙ୍କରେ ଭଲ ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଅଧିକରୁ ଅଧିକ ସମ୍ମାନ ଆଣିବେ |
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ, କେନ୍ଦୁଝର ଜିଲ୍ଲାର ଯୁବକମାନଙ୍କୁ ଉଷୁ ଖେଳିବାକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେଇଆସୁଛି । ଫାଉଣ୍ଡେସନ, ଓଡିଶା ରାଜ୍ୟ ଉଷୁ ଆସୋସିଏସନ ସହଯୋଗରେ, ଦୀର୍ଘ ୧୧ ବର୍ଷ ଧରି କେନ୍ଦୁଝର ଜିଲ୍ଲା ଉଷୁ ଦଳକୁ ପୃଷ୍ଠପୋଷକତା କରିଆସୁଛି। ଫାଉଣ୍ଡେସନ ସମସ୍ତ ସମ୍ଭାବ୍ୟ ଭିତ୍ତିଭୂମି ସହାୟତା ପ୍ରଦାନ କରୁଛି, ଯେପରିକି ତାଲିମ କେନ୍ଦ୍ରର ବିକାଶ, ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ସୁବିଧା, ଖେଳାଳିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ ଏବଂ ପରିବହନ ସୁବିଧା ଇତ୍ୟାଦି I ବିଗତ ବର୍ଷଗୁଡିକରେ ଜେଏସପି ଫାଉଣ୍ଡେସନର ସହାୟତାରେ ଶ୍ଵେତା ରାଣୀ ମହନ୍ତଙ୍କ ଭଳି ବାବୁଲୁ ଏବଂ ମଞ୍ଜୁ ମୁଣ୍ଡା ଯଥାକ୍ରମେ ବ୍ରାଜିଲ, ବୃନେୟୀ ଏବଂ ମସ୍କୋରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଉଷୁ ଟୁର୍ନାମେଣ୍ଟରେ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ ।