ଜିନ୍ଦଲ ଷ୍ଟେନଲେସ କେମଟେକ ୱାର୍ଲ୍ଡ ଏକ୍ସପୋ ୨୦୨୨ରେ ବ୍ରୋଞ୍ଜ ପ୍ରାୟୋଜକଭାବେ ଭାଗ ନେଲା
ଭୁବନେଶ୍ୱର, ଜୁନ ୮, ୨୦୨୨ ,: ଜିନ୍ଦଲ ଷ୍ଟେନଲେସ୍ ଜୁନ୍ ୮-୧୧ ରୁ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ କେମଟେକ୍ ୱାର୍ଲ୍ଡ ଏକ୍ସପୋ ୨୦୨୨ର ୩୦ତମ ସଂସ୍କରଣରେ ଅଂଶଗ୍ରହଣ କରିଛି । ବିଶ୍ୱର ପ୍ରମୁଖ ରାସାୟନିକ ଏବଂ ଫାର୍ମା ଶିଳ୍ପ ସହ ଜଡ଼ିତ ପ୍ରଫେସନାଲ ମାନଙ୍କର ସର୍ବ ବୃହତ ମଣ୍ଡଳୀର ବ୍ରୋଞ୍ଜ ପ୍ରାୟୋଜକ ଭାବେ ଜିନ୍ଦଲ ଷ୍ଟେନଲେସ ନିଜର ସର୍ବୋତ୍ତମ ଉତ୍ପାଦଗୁଡ଼ିକୁ ଏଠାରେ ପ୍ରଦର୍ଶନ କରିଥିଲା । ଏଥିରେ ଜଟିଳ ପ୍ରୟୋଗ ଗ୍ରେଡ୍ ଯେପରିକି ପତଳା ଡୁପ୍ଲେକ୍ସ, ଡୁପ୍ଲେକ୍ସ ଏବଂ ସୁପର ଡୁପ୍ଲେକ୍ସ, ସୁପର ଆଷ୍ଟେନେଟିକ୍ ଏବଂ ଅନ୍ୟାନ୍ୟ ନୂତନ ଉତ୍ପାଦ ଯେପରିକି ଚେକରଡ ସିଟ୍, ହଟ-ରୋଲ୍ ବଣ୍ଡେଡ୍ କ୍ଲାଡ୍ ପ୍ଲେଟ୍, ଏବଂ ୩୧୬ଏଫ ପରି ମେସିନେବଲ୍ ଷ୍ଟେନଲେସ୍ ଷ୍ଟିଲ୍ ଗ୍ରେଡ୍ ଅନ୍ତର୍ଭୁକ୍ତ । ଏଗୁଡ଼ିକ ସାଧାରଣତଃ ପରମାଣୁ ଶକ୍ତି ଉତ୍ପାଦନ, ତାପଜ ବିଦ୍ୟୁତ୍ ଉତ୍ପାଦନ, ଫ୍ଲୁ ଗ୍ୟାସ୍ ଡିସଲଫରିଜେସନ୍, ଇଥାନଲ୍, ଜୈବିକ ଇନ୍ଧନ, ମଣ୍ଡ ଏବଂ କାଗଜ, ସାର, ଜଳ ବିଶୋଧନ, ପେଟ୍ରୋକେମିକାଲ୍ସ ଏବଂ ତୈଳ ଏବଂ ଗ୍ୟାସ୍ ଶିଳ୍ପରେ ବ୍ୟବହୃତ ହୁଏ । ଭାରତରେ, ଷ୍ଟେନଲେସ୍ ଷ୍ଟିଲ୍ ପ୍ରକ୍ରିୟାକରଣ ଶିଳ୍ପ ବଜାର ପ୍ରତି ମାସରେ ପ୍ରାୟ ୫୦,୦୦୦ ଏମ୍ଟି, ଯେଉଁଥିରେ ଜିନ୍ଦଲ ଷ୍ଟେନଲେସର ବଜାର ଅଂଶ ୬୫ % ରହିଛି ।
ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ, ଶ୍ରୀ ତରୁଣ ଖୁଲବେ କହିଛନ୍ତି ଯେ, “କେମଟେକ୍ ୱାର୍ଲ୍ଡ ଏକ୍ସପୋ ୨୦୨୨ ରେ ଅଂଶଗ୍ରହଣ କରି ଆମେ ଅତ୍ୟନ୍ତ ଆନନ୍ଦିତ । ପ୍ରକ୍ରିୟାକରଣ ଶିଳ୍ପ ହେଉଛି ଏକ ସ୍ୱତନ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗ ହେଉଥିବା କ୍ଷେତ୍ର ଯାହାର ବର୍ତମାନ ବହୁତ ଚାହିଦା ରହିଛି । ଜିନ୍ଦଲ ଷ୍ଟେନଲେସ୍ ଏହି କ୍ଷେତ୍ରକୁ ସ୍ୱତନ୍ତ୍ର ଷ୍ଟେନଲେସ୍ ଷ୍ଟିଲ୍ ଗ୍ରେଡ୍ ଯୋଗାଉଛି । ଏହି ବର୍ଷର ଏକ୍ସପୋରେ ଆମର ଥିମ୍ ହେଉଛି ‘ଷ୍ଟେନଲେସ୍ ଷ୍ଟିଲର ଯେକୌଣସି ଜିନିଷ ପାଇଁ ଏକ-ଷ୍ଟପ୍-ସ୍ଥାନ’ । ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପରେ ୫୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସହିତ ଆମର ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ଗ୍ରାହକଙ୍କୁ ତାଙ୍କର ଆବଶ୍ୟକତା ମୁତାବିକ ଅନୁକୂଳିତ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିବା ଏବଂ ଏକ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ୍ ବିକାଶରେ ସାହାଯ୍ୟ କରିବାରେ ଆମର ଅଭିଜ୍ଞତା ଏବଂ ସାମର୍ଥ୍ୟ ଅଛି ।”
କ୍ଷତିକାରକ ପ୍ରତିରୋଧ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରକ୍ରିୟାକରଣ ଶିଳ୍ପରେ କ୍ଷୟକ୍ଷତିର ମୁକାବିଲା ପାଇଁ ସଠିକ୍ ସାମଗ୍ରୀ ଚୟନ ଉପରେ ବିଚାର କରିବା ପାଇଁ କମ୍ପାନୀ ଅନ୍ୟାନ୍ୟ ପ୍ରମୁଖ ଅଂଶଗ୍ରହଣକାରୀ, ଯେପରିକି ଏଲଆଣ୍ଡଟି, ବରଜର,ଓଏନ୍ଜିସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଇତ୍ୟାଦି ସହିତ ପ୍ୟାନେଲ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲା । ଆଧୁନିକ ଯୁଗର ପ୍ରୟୋଗଗୁଡ଼ିକ ପାଇଁ ହାଇଡ୍ରୋଜେନ୍, ଇଥାନଲ୍, ମିଥାନୋଲ୍ ଇତ୍ୟାଦି ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର କରୁଥିବାବେଳେ ଜିନ୍ଦଲ ଷ୍ଟେନଲେସ୍ ସ୍ଥାୟୀ ସମାଧାନର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲା । ଜିନ୍ଦଲ ଷ୍ଟେନଲେସର ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ସାର୍ଟିଫିକେଟ୍ ପ୍ରାପ୍ତ ଏବଂ ବିଶ୍ୱର ନାନାଦି ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥାକୁ ଏହା ସେବା ପ୍ରଦାନ କରେ ।