ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିମିଟେଡରସେପ୍ଟେମ୍ବର ୩୦,୨୦୨୨ ସୁଦ୍ଧା ଶେଷ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷିତ

ଷ୍ଟାଣ୍ଡାଲୋନ ଉତ୍କର୍ଷତା
•ରାଜସ୍ୱ ଆଇଏନଆର ୫୪୪୨ କୋଟି, ୧୩% ୱାଇଓୱାଇ ବୃଦ୍ଧି
•ଇବିଆଇଟିଡିଏ ଆଇଏନଆର ୪୧୧ କୋଟି , ୪୨% ୱାଇଓୱାଇ ହ୍ରାସ
•ପିଏଟି ଆଇଏନଆରରେ ୧୮୯ କୋଟି , ୪୮% ୱାଇଓୱାଇ ହ୍ରାସ
•ବିକ୍ରୟ ପରିମାଣ ୨୭୦,୩୬୦ ମେଟ୍ରିକ ଟନ ପଞ୍ଜିକୃତ
•ନେଟ ଲେଣ୍ଡର୍ସ ଡେବଟ ଆଇଏନଆର ୧୭୭୯ କୋଟି ରହିଛି ।
କନସୋଲିଡେଟେଡ ଉତ୍କର୍ଷତା
•ରାଜସ୍ୱ ଆଇଏନଆର ୫୬୦୫ କୋଟି, ୧୧% ୱାଇଓୱାଇ ବୃଦ୍ଧି
•ଇବିଆଇଟିଡିଏ ଆଇଏନଆର ୩୫୮ କୋଟି , ୫୨% ୱାଇଓୱାଇ ହ୍ରାସ
•ପିଏଟି ଆଇଏନଆରରେ ୧୫୨ କୋଟି , ୬୩% ୱାଇଓୱାଇ ହ୍ରାସ
ନୂଆଦିଲ୍ଲୀ, ୩ ନଭେମ୍ବର ୨୦୨୨: ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିମିଟେଡର ପରିଚାଳନା ବୋର୍ଡ ସେପ୍ଟେମ୍ବର ୩୦, ୨୦୨୨ରେ ଶେଷ ହୋଇଥିବା ତିନିମାସର ଅଣ ସମୀକ୍ଷିତ ଆର୍ଥିକ ଫଳାଫଳ ଘୋଷଣା କରିଛି । କ୍ୟୁ୨ ଆର୍ଥିକ ବର୍ଷ୨୩ରେ ଏହାର ଷ୍ଟାଣ୍ଡାଲୋନ ରାଜସ୍ୱ, ଇବିଆଇଟିଡିଏ ଓ ପିଏଟି ଯଥାକ୍ରମରେ ୫୪୪୨ କୋଟି, ୪୧୧ କୋଟି ଓ ୧୮୯ କୋଟି ରହିଛି । କଂପାନି ୨୭୦୩୬୦ ମେଟ୍ରିକ ଟନ ବିକ୍ରୟ ପରିମାଣକୁ ରେର୍ଡ଼ କରିଛି । କଂପାନିର ନେଟ ବାହ୍ୟ ଋଣ ଯ୦.୫କୁ ବୃଦ୍ଧି ହୋଇଛି । କନସୋଲିଡେଟେଡ ଭିତିରେ କ୍ୟୁ୨ ଆର୍ଥିକ ବର୍ଷ୨୩ରେ ସୁଦ୍ଧା ରାଜସ୍ୱ ଆଇଏନଆର ୫୬୦୫ କୋଟି ରହିଥିଲାବେଳେ ଇବିଆଇଟିଡିଏ ୩୫୮ କୋଟି ଓ ପିଏଟି ୧୫୨ କୋଟି ରେକର୍ଡ଼ କରିଛି । ସର୍ବଭାରତୀୟ ସ୍ତରରେ କ୍ୟୁ୨ ଆର୍ଥିକ ବର୍ଷ୨୩ରେ ଷ୍ଟେନଲେସ ଷ୍ଟିଲର ଚାହିଦା ହ୍ରାସ ପାଇଲା । ରିୟଲ ଇଷ୍ଟେଟ ଓ ନିର୍ମାଣ କ୍ଷେତ୍ରରେ ଚାହୌିଦା, ଉଚ୍ଚ ଶକ୍ତିଖର୍ଚ୍ଚ ଏବଂ ଏଫଇଡି ଦ୍ୱାରା ଅଧିକ ମୂଲ୍ୟ ବୃଦ୍ଧି ଏହା ପଛର କାରଣ ଥିଲା ।
ଘରୋଇ ଦୃଷ୍ଟିକୋଣରୁ ଶେଷ ଉପଭୋକ୍ତାଗୁଡ଼ିକର ଚାହିଦା ଅଧିକ ରହିଲା । ବିକ୍ରୟ ଯୋଜନାରେ ଜେଏସଏଲ ଚମତ୍କାରୀତା ସହିତ କଂପାନି ତାର ଘରୋଇ ବିକ୍ରୟ ଉପରେ ଅଧିକ ଧ୍ୟାନ ଦେଲା । ଫଳ ସ୍ୱରୂପ କ୍ୟୁ୨ ଆର୍ଥିକ ବର୍ଷ୨୩ରେ ମୋଟ ବିକ୍ରୟ ପରିମାଣ ଯ୯୫% ଘରୋଇ ଗ୍ରାହକଙ୍କୁ ଯୋଗାଇଥିଲା । ଗ୍ରାହକଙ୍କ ଆବଶ୍ୟକତା, ଠିକ ସମୟରେ ବିତରଣ ଓ ଗ୍ରାହକଙ୍କ ଚନ୍ତାଧାରା ଅନୁଯାୟୀ ସକ୍ରିୟ ପ୍ରତିକାର ସହ ନୂଆ ଗ୍ରେଡର ବିକାଶ ଉପରେ କଂପାନି ଗୁରୁତ୍ୱ ଦେଇଥିଲା । ଆର୍ଥିକ ବର୍ଷ୨୩ରେ କଂପାନି ଏମଓୟୁ ସ୍କିମ ଓ ନୂଆ ଓଇଏମ ଗ୍ରାହକ ହାସଲ କରିବା ଉପରେ ଅଧିକ ଧ୍ୟାନ ଦେଲା । ଯେଉଁ କାରଣ ଗୁଡ଼ିକ ପାଇଁ ଜେଏସଏଲର ବିକ୍ରି ବୃଦ୍ଧି ହେଲା ।
କ୍ୟୁ୨ ଆର୍ଥିକ ବର୍ଷ୨୩ରେ ଅଟୋମୋବାଇଲ କ୍ଷେତ୍ରରେ ଚାହିଦା ସି୍ଥର ରହିଥିବାରୁ କ୍ୟୁଓକ୍ୟୁ ଆଧାରରେ ପ୍ରାୟ ୨୮% ଅଭିବୃଦ୍ଧି ପଞ୍ଜିକରଣ କଲା । କଂପାନି ନୂଆ ଷ୍ଟେନଲେସ ଷ୍ଟିଲ ଗ୍ରେଡ ଯୋଗେ ୪୩୨ଟି ଉତ୍ପାଦକୁ ବିଦ୍ୟମାନ ଗ୍ରେଡ ସହିତ ୪୩୬ଏଲ ଓ ୪୩୯ ଅଟୋମେଜରକୁ ଯୋଗାଇଲା । ଏଲେଭଟର ସେଗମେଂଟରେ ମଧ୍ୟ ବିକାଶ ବୃଦ୍ଧି ଦେଖିବାକୁ ମିଳିଛି ।
ମାଲ ପରିବହନରେ ଏହାର ବ୍ୟବସାୟର ଅଂଶ ବୃଦ୍ଧି ପାଇଁ ଭାରତୀୟ ରେଳପଥ ନିଜର ଅଗ୍ରଗତି ଜାରୀ ରଖିଛି । କ୍ୟୁ୨ ଆର୍ଥିକ ବର୍ଷ୨୩ରେ ଏହା ରେଳ ୱାଗନ ସେଗମେଂଟରେ ଜେଏସଏଲ ୨୫% ଅଭିବୃଦ୍ଧି ଯୋଗଦାନ ଦେଇଛି । ଆଗକୁ ବନ୍ଦେ ଭାରତ ଟ୍ରେନସେଟ ରେଳବାଇ ପାଇଁ ଏକ ପ୍ରମୁଖ ଧ୍ୟାନକେନ୍ଦ୍ର ହୋଇ ରହିବ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣଯେ ମେଟ୍ରୋ ପ୍ରକଳ୍ପ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ଆଇଏନଆର ୮୦,୦୦୦ କୋଟି ବିନିଯୋଗ ହେବ ।