ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ଏହାର କାରଖାନାରେ ବୈଦ୍ୟୁତିକ ଯାନର ଶୁଭାରମ୍ଭ
ଯାଜପୁର, ଡିସେମ୍ବର ୧୫, ୨୦୨୨: ଭାରତର ଅଗ୍ରଣୀ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ଆଜି ଓଡିଶାର ଯାଜପୁରରେ ସ୍ଥିତ ପ୍ଲାଂଟରେ କର୍ମଚାରୀଙ୍କ ଯାତାୟାତ ପାଇଁ ବୈଦ୍ୟୁତିକ ଯାନର ଚଳାଚଳ ଆରମ୍ଭ କରିଛି । ଯାଜପୁରର ୟୁନିଟ୍ ପ୍ରମୁଖ, ଶ୍ରୀ ଦୀପକ ଅଗ୍ରୱାଲ, ଶକ୍ତି ବିଭାଗର ମୁଖ୍ୟ କଲ୍ୟାଣ ଭଟ୍ଟାଚାର୍ଯ୍ୟ ଏବଂ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୪ ଟି ଟାଟା ନେକ୍ସନ୍ ଇଭି ମ୍ୟାକ୍ସକୁ ଉଦଘାଟନ କରିଥିଲେ । ଡିସେମ୍ବର ୧୪କୁ ସାରା ବିଶ୍ୱରେ ଶକ୍ତି ସଂରକ୍ଷଣ ଦିବସ ଭାବରେ ପାଳନ କରାଯାଏ ଏବଂ ଏହି ଅବସରରେ ଉଦ୍ଘାଟନୀ ସମାରୋହ ଆୟୋଜନ କରାଯାଇଥିଲା ।
ଏହି ପଦକ୍ଷେପକୁ ପ୍ରଶଂସା କରି ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସ୍ଥିର ମୂଳଦୁଆ ଉପରେ ଏକ ଉଲ୍ଲେଖନୀୟ ବ୍ୟବସାୟ ଗଠନ ଆମର ଲକ୍ଷ୍ୟ । ଗତ ଆର୍ôଥକ ବର୍ଷରେ ଆମେ ୧.୪ ଲକ୍ଷ ଟନ୍ ସିଓ୨ ହ୍ରାସ କରିଛୁ ଏବଂ ୨୦୫୦ ସୁଦ୍ଧା ନେଟ ଜିରୋ ନିର୍ଗମନ ହାସଲ କରିବାକୁ ସ୍ଥିର କରିଛୁ । ଆମ ପ୍ଲାଂଟରେ ବୈଦ୍ୟୁତିକ ଯାନଗୁଡିକ ଚଳାଚଳ ଆରମ୍ଭ ଆମର ଡିକାର୍ବୋନାଇଜେସନ୍ ପଦକ୍ଷେପର ଏକ ଅଂଶ । ଜିନ୍ଦଲ ଷ୍ଟେନଲେସ କେବଳ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ସର୍ବୋତମ ନୁହେଁ, ସ୍ଥାୟୀ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ସର୍ବୋତମ ହେବାକୁ ପଣ ନେଇଛି ।
ଏହି ଉତ୍ସବରେ ମନ୍ତବ୍ୟ ଦେଇ ଜିନ୍ଦଲ ଷ୍ଟେନଲେସ୍, ଯାଜପୁରର ୟୁନିଟ୍ ହେଡ୍, ଶ୍ରୀ ଦୀପକ ଅଗ୍ରୱାଲ କହିଛନ୍ତି, ବୈଦ୍ୟୁତିକ ଯାନ ପ୍ରବର୍ତନ ସହିତ ଜିନ୍ଦଲ ଷ୍ଟେନଲେସ ବିସ୍ତାର ପାଇଁ ଏକ ସ୍ଥାୟୀ ପଥ ଦିଗରେ ଅନେକ ପଦକ୍ଷେପ ନେଇଛି । ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଆମେ ପ୍ରତିଶୃତିବଦ୍ଧ ଏବଂ ସୌର ଏବଂ ପବନ ଶକ୍ତିରେ ବିନିଯୋଗ ଆରମ୍ଭ କରିସାରିଛୁ ।
ଏହି ଯାନଗୁଡିକର ବ୍ୟବହାର ସହିତ ବାର୍ଷିକ ଆନୁମାନିକ କାର୍ବନ ନିର୍ଗମନ ୫୪ ଟିସିଓ୨ ହ୍ରାସ ହେବ । ଜିନ୍ଦଲ ଷ୍ଟେନଲେସ, ଯାଜପୁର ନିକଟ ଭବିଷ୍ୟତରେ ଏହାର ପ୍ଲାଂଟରେ ୩୦ ଟି ବୈଦ୍ୟୁତିକ କାର ଏବଂ ବସ୍ ଚଳାଇବାକୁ ଯୋଜନା କରିଛି । ଜିନ୍ଦଲ ଷ୍ଟେନଲେସ୍ ମେଗା ଡିକାରବୋନାଇଜେସନ୍ ପ୍ରକଳ୍ପ ଗ୍ରହଣ କରିଛି, ଯେପରିକି ୩୦୦ ମେଗାୱାଟ ହାଇବ୍ରିଡ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ ସ୍ଥାପନ, ଭାସମାନ ସୌର କାରଖାନା ସ୍ଥାପନ, ବର୍ଜ୍ୟ ଉତାପ ପୁନରୁଦ୍ଧାର ବଏଲର ମାଧ୍ୟମରେ ଶକ୍ତି ପୁନରୁଦ୍ଧାର ଏବଂ ଲଜିଷ୍ଟିକ୍ସ ପାଇଁ ରାସ୍ତାରୁ ରେଳ ବଦଳାଇବା ଭଳି ଅଂଶୀଦାର ହେବା ଇତ୍ୟାଦି ପ୍ଲାଂଟରେ ଇଭି ଗୁଡ଼ିକୁ ଚଳାଇବା ବ୍ୟତୀତ ଏହି ପଦକ୍ଷେପ ଗୁଡିକ ଗୁରୁତ୍ୱପୂର୍ଣ୍ଣ ।