ଜିନ୍ଦଲ ଷ୍ଟେନଲେସ୍ ବ୍ରହ୍ମାକୁମାରି ସହ ମିଳିତ ହୋଇ ଓଡିଶାରେ ସରକାରଙ୍କ ଦ୍ୱାରା ପ୍ରରିଚାଳିତ ନିଶାମୁକ୍ତ ଅଭିଯାନକୁ ଆର୍ଥିକ ସହାୟତା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି
ଭୁବନେଶ୍ୱର, ମଇ ୦୪, ୨୦୨୩: ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ରାଇରଙ୍ଗପୁର ଠାରେ ନିଶାମୁକ୍ତ ଓଡିଶା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନକୁ ଭାରତ ସରକାରଙ୍କ ସହଯୋଗରେ ବ୍ରହ୍ମାକୁମାରୀ ସହଯୋଗରେ ପରିଚାଳିତ ହେବ । ଜିନ୍ଦଲ ଷ୍ଟେନଲେସ୍ ଏହି ପଦକ୍ଷେପର ପ୍ରାଥମିକ ପୃଷ୍ଠପୋଷକ ହୋଇ ଏହି ଉତମ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଭାରତର ରାଷ୍ଟ୍ରପତି ବ୍ରହ୍ମାକୁମାରି ଏବଂ ଜିନ୍ଦଲ ଷ୍ଟେନଲେସଙ୍କ ଉଦ୍ୟମକୁ ପ୍ରଶଂସା କରି ଶ୍ରୀମତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆରମ୍ଭରୁ ମଣିଷ ମାଦକ ଦ୍ରବ୍ୟକୁ ଖାଇଥାଏ, କିନ୍ତୁ ପରିଶେଷରେ ମାଦକ ଦ୍ରବ୍ୟ ମଣିଷକୁ ଗ୍ରାସ କରିଥାଏ । ଏହି ବିପଦକୁ ମୁକାବିଲା କରିବାରେ ତୃଣମୂଳ ସ୍ତରର ସଚେତନତା ଗୁରୁତ୍ୱପୂର୍ଣ୍ଣ । ଓଡିଶାକୁ ନିଶା ମୁକ୍ତ କରିବା ପାଇଁ ମୁଁ ଏହି ଉତମ ପଦକ୍ଷେପକୁ ପ୍ରଶଂସା କରୁଛି । କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ସମଗ୍ର ସମାଜରେ ସଂସ୍କାର ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏଥିରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଏହି ଅଭିଯାନ ପ୍ରତି ସହଯୋଗ ବୃଦ୍ଧି କରିବାକୁ ଓଡିଶାର ନାଗରିକମାନଙ୍କୁ ମଧ୍ୟ ଅନୁରୋଧ କରୁଛି ।
ଏହି ସରକାରୀ ପଦକ୍ଷେପକୁ ପ୍ରଶଂସା କରି ଜିନ୍ଦଲ ଷ୍ଟେନଲେସ ଫାଉଣ୍ଡେସନର ଅଧ୍ୟକ୍ଷ, ଶ୍ରୀମତି ଦୀପିକା ଜିନ୍ଦଲ କହିଛନ୍ତି ଯେ ଜଣେ ଦାୟିତ୍ୱବାନ କର୍ପୋରେଟ ଭାବରେ ଜିନ୍ଦଲ ଷ୍ଟେନଲେସ ବ୍ରହ୍ମାକୁମାରୀ ଏବଂ ସରକାରଙ୍କ ସହିତ ମିଳିତ ହୋଇ ଭାରତକୁ ନିଶା ସେବନରୁ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ନିଶାମୁକ୍ତ ଅଭିଯାନ ମାଧ୍ୟମରେ ଆମେ ଆମର ଯୁବକ, ଯେଉଁମାନେ ଦେଶର ଭବିଷ୍ୟତର ନେତା, ସେମାନଙ୍କୁ ନିଶା ସେବନରୁ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛୁ । ବ୍ରହ୍ମାକୁମାରୀ ସହିତ ଆମର ଦୀର୍ଘ ଦିନର ସହଭାଗୀତାକୁ ଦୃଷ୍ଟିରେ ରଖି ଆମେ ନିଶ୍ଚିତ ଯେ ସେମାନଙ୍କର ହସ୍ତକ୍ଷେପ କେବଳ ଯୁବପିଢିଙ୍କୁ ନିଶା ସେବନକୁ ମୁକ୍ତ କରିବ ନାହିଁ, ବରଂ ସେମାନଙ୍କର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବାକୁ ମଧ୍ୟ ମାର୍ଗଦର୍ଶନ କରିବ ।
ଏହି ଅଭିଯାନ ମାଧ୍ୟମରେ ନିଶାର ଖରାପ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ରୋଡ ଶୋ, ସେମିନାର ପାଇଁ ପ୍ରତିଶ୍ରୁତି ଦେବ । ଏହି ଅଭିଯାନ ଭାରତ ସରକାରଙ୍କ ଏକ ବୃହତ ପଦକ୍ଷେପର ଏକ ଅଂଶ, ଯାହାର ନାମ ହେଉଛି \’ନିଶାମୁକ୍ତ ଭାରତ\’ ଯାହାକି ବିଭିନ୍ନ ସଚେତନତା କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କୁ ନିଶା ସେବନ ବିରୁଦ୍ଧରେ ସଚେତନ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ରହ୍ମାକୁମାରି ଭାରତ ସରକାରଙ୍କ ସହିତ ସହଭାଗୀ ହୋଇଛି ।