ଜିନ୍ଦଲ ଷ୍ଟେନଲେସ ପକ୍ଷରୁ କର୍ମଚାରୀମାନଙ୍କୁ ଷ୍ଟକ୍ ଅପ୍ସନ୍ ପ୍ରଦାନ
ନୂଆଦିଲ୍ଲୀ : ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଏହାର ସମସ୍ତ ବରିଷ୍ଠ କର୍ମଚାରୀଙ୍କ ପାଇଁ କର୍ମଚାରୀ ଷ୍ଟକ୍ ଅପ୍ସନ୍ ଯୋଜନା ଅଧୀନରେ ଇଏସ୍ଓପି ଏବଂ ପ୍ରତିବନ୍ଧିତ ଷ୍ଟକ୍ ୟୁନିଟ୍ (ଆରଏସୟୁ) ମାଧ୍ୟମରେ ରିହାତି ମୂଲ୍ୟରେ ୧୨,୪୨,୭୩୬ ଷ୍ଟକ୍ ଅପ୍ସନ୍ ପ୍ରଦାନ କରିଛି । ଏହିକ୍ରମରେ ଗତ ବର୍ଷ ଡିସେମ୍ବରରେ କମ୍ପାନୀ ଦେଇଥିବା ଷ୍ଟକ୍ ଅପ୍ସନକୁ ଜାରି ରଖଛି । ଏହି ଷ୍ଟକ୍ ଅପ୍ସନଗୁଡ଼ିକୁ ପ୍ରଦର୍ଶନ ଆଧାରରେ ୪ ବର୍ଷ ଧରି ଦିଆଯିବ ।
ଏହି ପଦକ୍ଷେପ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସୁଶୀଲ ବାଭେଜା କହିଛନ୍ତି, \”ଜିନ୍ଦଲ ଷ୍ଟେନଲେସରେ ଆମେ କର୍ମଚାରୀଙ୍କ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ମିଳିତ ସଫଳତା ପାଇଁ ସୁଯୋଗ ସୃଷ୍ଟି କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ । ଏଭଳି ପଦକ୍ଷେପ ଆମ କର୍ମଚାରୀମାନଙ୍କ ସମ୍ପତି ବୃଦ୍ଧିକୁ ସକ୍ଷମ କରିବା ସହ ମାଲିକାନାରେ ଅଂଶୀଦାର ହେବାରେ ସହାୟକ ହେବ । ଏହା କାର୍ଯ୍ୟକ୍ଷେତ୍ରରେ ଅଧିକ ସଂପୃକ୍ତି, ପ୍ରେରଣା ଏବଂ ଆନୁଗତ୍ୟକୁ ପ୍ରୋତ୍ସାହିତ କରେ । ପ୍ରତିବଦଳରେ ସମସ୍ତ ଅଂଶୀଦାର ଏହା ଦ୍ୱାରା ଲାଭାନ୍ୱିତ ହେବେ ଏବଂ ଉତ୍ପାଦକତା ବୃଦ୍ଧି ହେବା ସହ ଆମ କମ୍ପାନୀ ସଂସ୍କୃତି ସୁଦୃଢ଼ ହେବ । ଯାହା ଦ୍ୱାରା ଲୋକ ଓ ସଂସ୍ଥା ଉଭୟ ଲାଭ ପାଇବେ
ଚଳିତ ବର୍ଷ ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ଏହା ଦ୍ୱିତୀୟ ଇଏସ୍ଓପି ଘୋଷଣା । କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରତିବଦ୍ଧତା ଏବଂ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ମାଲିକାନାର ଏକ ଅଂଶୀଦାର ଭାବେ ପ୍ରତିଭାବାନ୍ କର୍ମଚାରୀମାନଙ୍କୁ ଆକୃଷ୍ଟ କରିବା ଏବଂ ବଜାୟ ରଖିବା ପାଇଁ ଏହା ଲାଗୁ କରାଯାଇଛି ।