ବ୍ରିଟିଶ ସେଫ୍ଟି କାଉନସିଲ ପକ୍ଷରୁ ଜିନ୍ଦଲ ଷ୍ଟେନଲେସକୁ ସମ୍ମାନଜନକ ସ୍ୱର୍ଡ ଅଫ୍ ଅନର ପୁରସ୍କାର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଜିନ୍ଦଲ ଷ୍ଟେନଲେସର ହିସାର ୟୁନିଟକୁ ବ୍ରିଟିଶ ସେଫ୍ଟି କାଉନସିଲ୍ ପକ୍ଷରୁ ସମ୍ମାନଜନକ ସ୍ୱର୍ଡ ଅଫ୍ ଅନରରେ ପୁରସ୍କୃତ କରାଯାଇଛି। ଏହି ବିଶ୍ୱସ୍ତରୀୟ ପୁରସ୍କାର ବୃତିଗତ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ କମ୍ପାନୀର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୃତିଗତ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପରିଚାଳନାରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ସ୍ୱର୍ଡ ଅଫ୍ ଅନର ପ୍ରଦାନ କରାଯାଏ। ୨୦୨୪ରେ ଏହି ମାନ୍ୟତା ପାଇବାରେ ବିଶ୍ୱର ମାତ୍ର ୭୧ଟି ଅନୁଷ୍ଠାନ ମଧ୍ୟରୁ ଜିନ୍ଦଲ ଷ୍ଟେନଲେସ୍ ଅନ୍ୟତମ। ଏହା କମ୍ପାନୀର ସୁଦୃଢ଼ ସୁରକ୍ଷା ସଂସ୍କୃତି ଏବଂ ପରିଚାଳନାଗତ ଉତ୍କର୍ଷତାକୁ ସୂଚାଉଛି।

ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ ଏହି ସଫଳତା ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି, “ଏହି ସମ୍ମାନ ଜିନ୍ଦଲ ଷ୍ଟେନଲେସରେ ସୁରକ୍ଷା ଏବଂ ପରିଚାଳନାଗତ ଉତ୍କର୍ଷତା ଉପରେ ଆମର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି। ଆମେ ଆମର କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାରମାନଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ। ଆମେ ନିରନ୍ତର ଅଭିବୃଦ୍ଧି ଦିଗରେ ଆଗକୁ ବଢୁଥିବା ବେଳେ ଏହି ସ୍ୱୀକୃତି ବିଶ୍ୱସ୍ତରୀୟ ସୁରକ୍ଷା ମାନଦଣ୍ଡକୁ ବଜାୟ ରଖିବା ପାଇଁ ଆମର ସଂକଳ୍ପକୁ ଆହୁରି ଦୃଢ଼ କରିଛି।

ସ୍ୱର୍ଡ଼ ଅଫ୍ ଅନର ପାଇବା ପାଇଁ ଅଗଷ୍ଟ ୧, ୨୦୨୩ରୁ ଜୁଲାଇ ୩୧, ୨୦୨୪ ମଧ୍ୟରେ ଅନୁଷ୍ଠିତ ବ୍ରିଟିଶ ସେଫ୍ଟି କାଉନସିଲର ସ୍ୱାସ୍ଥ୍ୟ ଓ ସୁରକ୍ଷା ପରିଚାଳନା ଅଡିଟ୍ ଯୋଜନାରେ ସଂସ୍ଥାଗୁଡିକ ପଂଚ ତାରକା ରେଟିଂ ହାସଲ କରିବା ଆବଶ୍ୟକ। କମ୍ପାନିର ହିସାର ୟୁନିଟ୍ କେବଳ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିନାହିଁ ବରଂ କମ୍ପାନୀର ପ୍ରତ୍ୟେକ ସ୍ତରରେ ଉତ୍କୃଷ୍ଟ ସୁରକ୍ଷା ଅଭ୍ୟାସ ପ୍ରଦର୍ଶନ କରି ଏହି ମାନ୍ୟତା ହାସଲ କରିଛି।
ଜିନ୍ଦଲ ଷ୍ଟେନଲେସ ହିସାର ୟୁନିଟର ବରିଷ୍ଠ ଉପାଧ୍ୟକ୍ଷ ତଥା ୟୁନିଟ୍ ମୁଖ୍ୟ, ଶ୍ରୀ ବିଜୟ ବିନ୍ଦଲିଶ କହିଛନ୍ତି, “ଜିନ୍ଦଲ ଷ୍ଟେନଲେସରେ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଶୂନ୍ୟ ଦୁର୍ଘଟଣା ହାସଲ କରିବା ପାଇଁ ଆମର ପ୍ରତିବଦ୍ଧତା, ସର୍ବୋଚ୍ଚ ନିରାପତା ମାନଦଣ୍ଡ ବଜାୟ ରଖିବା ଦିଗରେ ଆମର ସମର୍ପିତ ମନୋଭାବକୁ ପ୍ରତିଫଳିତ କରେ। ଏହି ସ୍ୱୀକୃତି ହେଉଛି ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ନିରାପଦ ପରିବେଶ ସୁନିଶ୍ଚିତ କରିବା ଦିଗରେ ଆମ ଦଳର ସାମୂହିକ ପରିଶ୍ରମ, ଶୃଙ୍ଖଳାର ଏକ ପ୍ରମାଣ।

Leave a Reply

Your email address will not be published. Required fields are marked *