ଜିନ୍ଦଲ ଡିଫେନ୍ସ ଓ ଏରୋସ୍ପେଶ ପକ୍ଷରୁ ପ୍ରତିରକ୍ଷା କ୍ଷତ୍ରରେ ଉନ୍ନତ ସାମଗ୍ରୀ ପ୍ରସ୍ତୁତକରିବା ବିଷୟରେ ଡିଫେଏକ୍ସପୋ ୨୦୨୨ରେ ଘୋଷଣା

ଭୁବନେଶ୍ୱର, ଅକ୍ଟୋବର ୨୨, ୨୦୨୨: ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଦ୍ୱାଦଶ ଡିଫେଏକ୍ସପୋ ୨୦୨୨ରେ ଜିନ୍ଦଲ ଷ୍ଟେନଲେସ ପ୍ରତିରକ୍ଷା ଭର୍ଟିକାଲ ଜିନ୍ଦଲ ଡିଫେନସ ଆଣ୍ଡ ଏରୋସ୍ପେଶ (ଜିନ୍ଦଲ ଡିଫେନସ ଆଣ୍ଡ ଏରୋସ୍ପେଶ) ଅଂଶଗ୍ରହଣ କରିଥିଲା । ୫ ଦିନିଆ ଏହି ଏକ୍ସପୋକୁ ଉଦଘାଟନ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଏହା ବ୍ୟତୀତ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ଓ ଅନ୍ୟାନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଜିନ୍ଦଲ ଡିଫେନସ ଆଣ୍ଡ ଏରୋସ୍ପେଶ ଇଂଜିନିୟରିଂ, ପ୍ରତିରକ୍ଷା ଉତ୍ପାଦର ବିକାଶ ଓ ନିର୍ମାଣ ପାଇଁ ରାଜ୍ୟ ମାଲିକାନାଧିନ ୟନ୍ତ୍ର ଇଣ୍ଡିଆ ସହିତ ଏମଓୟୁ ସ୍ୱାକ୍ଷର କରିଥିଲା ।

ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଡିଫେନ୍ସ ଆଣ୍ଡ ଏରୋସ୍ପେଶର ମୁଖ୍ୟ, ଶ୍ରୀ ସିପି ଅଗ୍ରୱାଲ କହିଛନ୍ତି ଯେ ନିକେଲ ଆଧାରିତ ଆଲଏଜ, ବଳିଷ୍ଠ ଷ୍ଟିଲ ଫାଇବର ଓ ଅଙ୍ଗାରକାମ୍ଳ ଫାଇବର ଉପସ୍ଥାପନ କରି ଜିନ୍ଦଲ ଡିଫେନସ ଆଣ୍ଡ ଏରୋସ୍ପେଶ ଉନ୍ନତ ସାମଗ୍ରୀର ପ୍ରଦର୍ଶନ କରିଥିବାରୁ ଆମେ ଗର୍ବିତ । ପରବର୍ତି ଜେନେରେସନ ପ୍ରତିରକ୍ଷା ପ୍ରୟୋଗ ଗୁଡ଼ିକ ପାଇଁ ଫାଇବର କଂପୋଜିଟ ହେବ । ଆମେ ଦେଶର ସାମରିକ ବାହିନୀ ପାଇଁ ପରବର୍ତି ପୀଢିର ସୁରକ୍ଷା ପାଇଁ କାର୍ଯ୍ୟ କରିବୁ । ଏହା ଦ୍ୱାରା ଭାରତୀୟ ସୈନ୍ୟବାହିନୀକୁ ଭବିଷ୍ୟତର ଯୁଦ୍ଧ କ୍ଷମତା ଗଠନରେ ସହାୟତା ନୁହେଁ ବରଂ ଭାରତୀୟ ପ୍ରତିରକ୍ଷା ପ୍ରଣାଳୀର ଇକୋ ସିଷ୍ଟମକୁ ମଜବୁତ କରିବ ।

ଜିନ୍ଦଲ ଡିଫେନସ ଆଣ୍ଡ ଏରୋସ୍ପେଶ ନିଜକୁ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଅଗ୍ରଣୀ ରଣନୀତିକ ସାମଗ୍ରୀ ଯୋଗାଣକାରୀ ଭାବେ ନିଜକୁ ସ୍ଥାନିତ କରିଛି । ଅତୀତରେ ଜିନ୍ଦଲ ଡିଫେନସ ଓ ଏରୋସ୍ପେଶ ସାଟେଲାଇଟ ଲଂଚର ପିଏସଏଲଭି, ଜିଏସଏଲଭି, ଏମକେ ୩, ଚନ୍ଦ୍ରଯାନ, ଆଣବିକ ସବ ମେରାଇନ କ୍ଷେପଣାସ୍ତ୍ର କ୍ୟାଂଟର ସହିତ ପ୍ରମୁଖ ଡିଆରଡିଓ ଓ ଇସ୍ରୋ ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଇଛି । ବର୍ତମାନ ସାମରିକ ବାହିନୀରେ ଜିନ୍ଦଲ ପରି ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇ ପାରିବ ।

Leave a Reply

Your email address will not be published. Required fields are marked *