ହାତୀ ଆକ୍ରମଣରେ ଜଙ୍କିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ମୃତ

ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଅଞ୍ଚଳର ଟାଙ୍କଳ ଗ୍ରାମର ବାଉରିବନ୍ଧୁ ସ୍ୱାଇଁ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ବାଉରିବନ୍ଧୁ ନିଜ ବିଲରୁ ଘରକୁ ଫେରୁଥିବା ବେଳେ ଦଳିଦେଲେ ଦୁଇ ହତୀ । ବାଉରୀଙ୍କ ମୃତଦେହ ରାସ୍ତା କଡ଼ରେ  ପଡିରହିଛି । ହାତୀ ଭୟରେ ଲୋକେ କେହି ଘଟଣା ସ୍ଥଳକୁ ଯାଉ ନାହାଁନ୍ତି । ଏ ପର୍ଯ୍ୟନ୍ତ ବନବିଭାଗ କର୍ମଚାରୀ କିମ୍ବା ପୋଲିସ କେହି ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ  କରିଛନ୍ତି ।

Leave a Reply

Your email address will not be published. Required fields are marked *