ବିଜେଡି ପକ୍ଷରୁ ବିଶାଳ ପଦଯାତ୍ରା

ଯୋଡା;(ନି.ସୁ);୦୧/୧୧; ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ଯାଏ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା ଜାରି ରହିଛି । ଗତ ନଭେମ୍ବର ମାସରେ ବିଭିନ୍ନ ପର୍ବ ପର୍ବାଣୀ ଥିବାରୁ ପଦଯାତ୍ରା
ସଠିକ ଭାବେ କରାଯାଇ ପାରି ନଥିଲା । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଜନସମ୍ପର୍କ ପଦଯାତ୍ରାର ଅବଧି ନଭେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡିଛି ।

ଆଜି ସକାଳ ୧୧ ଘଟିକା ସମୟରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ନେତୃତ୍ୱରେ ଉଦିୟମାନ ଯୁବ ବିଜେଡି ସଂଗଠକ ସୁଶାନ୍ତ କୁମାର ବାରିକ ଓ ଜିଲ୍ଲା ବିଜେଡି ସମ୍ପାଦକ ବାବୁଲାଲ ସାହୁଙ୍କ ପ୍ରଚେଷ୍ଟାରେ ଏକ ବିରାଟ ରାଲି ଯୋଡା ପୌରପାଳିକା ଅନ୍ତର୍ଗତ ଲକ୍ଷ୍ମି ମନ୍ଦିରରୁ ବାହାରି ସହରରେ ଥିବା ଧରଣୀଧର ଛକ ଦେଇ ଯୋଡା ବସ୍‌ଷ୍ଟାଣ୍ଡରେ ପହଚାô ଥିବା ଦେଖିବାକୁ ମିଳିଥିଲା । ଏହି ପଦଯାତ୍ରାରେ ଯୋଡା ପୌରାଧକ୍ଷ୍ୟ ଜଗଦୀଶ ପ୍ରସାଦ ସାହୁ , ଉପାଧକ୍ଷ୍ୟା ସନ୍ଧ୍ୟା ପାତ୍ର , ଯୁବ ବିଜେଡି ସମ୍ପାଦକ ଯୁଧିଷ୍ଠିର ପଲେଇ , ବରିଷ୍ଠ ବିଜେଡି ନେତା ହୃଷିକେଶ ଜେନା (କାବୁ), ଗୋବିନ୍ଦ ସାହୁ , ଅଜୟ ଆପଟ , ନିରଞ୍ଜନ ବହିଦାର , ପୂର୍ବତନ କାଉନସିଲର ଜିତେନ୍ଦ୍ର ଜୟସ୍ୱାଲ ଓ ଅନ୍ୟାନ୍ୟ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଛି ।

ପଦଯାତ୍ରାର ମୂଳଲକ୍ଷ ଲୋକମାନଙ୍କୁ ସଚେତନ କରିବା ଏବଂ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇବା ବୋଲି ବିଧାୟିକା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପଦଯାତ୍ରାରେ ପୌରପାଳିକା ଅନ୍ତର୍ଗତ ସମସ୍ତ ୧୪ ଗୋଟି ୱାର୍ଡରୁ ହଜାର ହଜାର ସଂଖ୍ୟାର ନବୀନ ପ୍ରେମୀ ମହିଳା ପୁରୁଷ ଯୋଗଦେଇଥିବା ଦେଖିବାକୁ ମିଳିଛି । ଜନ୍ମ ଠାରୁ ମୃତ୍ୟୁ ଯାଏ ଲୋକମାନଙ୍କ ହିତରେ ପ୍ରଚଳିତ ଯୋଜନା ଗୁଡିକୁ ସଫଳ ରୂପାୟନ କରିବାକୁ ବିଧାୟିକା ମିନାକ୍ଷୀ ମହାନ୍ତ ସମସ୍ତ ବିଜେଡି ଦଳର ସକ୍ରିୟ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ସହିତ ନବୀନ ବାବୁଙ୍କ ହାତମୁଠା ମଜବୁତ କଲେ ଓଡିଶା ବିକାଶ ପଥରେ କେହି ବାଧା ଦେଇପାରିବେ ନାହିଁ ବୋଲି ବିଧାୟିକା କହିଥିଲେ ।

Leave a Reply

Your email address will not be published. Required fields are marked *