ଯୋଡ଼ା ବ୍ଲକ ଶିକ୍ଷକ ସଙ୍ଘ ଦ୍ୱାରା ଦାବିପତ୍ର ପ୍ରଦାନ
ଯୋଡ଼ା -ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଆଜି ଯୋଡ଼ା ବ୍ଲକ ଶିକ୍ଷକ ସଙ୍ଘ ଦ୍ୱାରା ତିନି ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଯୋଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଳିତ ହୋଇ ତିନି ଦଫା ଦାବି କୁ ତୁରନ୍ତ ସରକାର ମାନି ନେବା ପାଇଁ ବିଭିନ୍ନ ନାରା ଦେଇ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ. ସାରା ରାଜ୍ୟ ରେ ଆଜି ବିଇଓ ଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ ପରେ ଆସନ୍ତା ଏଗାର ତାରିଖ ଦିନ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏହି ଦାବି ପତ୍ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ନିକଟକୁ ପଠାଯିବା ପାଇଁ ରାଜ୍ୟ ସଙ୍ଘ ଦ୍ୱାରା ସ୍ଥିର କରା ଯାଇଥିବାର ସୂଚନା ଦିଆଯାଇଥିଲା ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ବର୍ଗ ର ଶିକ୍ଷକ ମାନଙ୍କୁ ନେଇ ଗଠିତ ମହାସଙ୍ଘ ର ଡାକରାରେ ଆଜି ପ୍ରଥମ ପର୍ଯ୍ୟାୟ ରେ ବ୍ଲକ ସ୍ତର ରେ ଦାବିପତ୍ର ପ୍ରଦାନ ପରେ ଯଦି ସରକାର ତିନୋଟି ଦାବି ଯଥା ଅବିକଳ କେନ୍ଦ୍ରୀୟ ହାରରେ 4200ଗ୍ରେଡ଼ ପେ ପ୍ରଦାନ, ପୁରୁଣା ପେନସନ ପ୍ରଚଳନ ଓ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ନୋଶନାଲ ଇନକ୍ରିମେଣ୍ଟ ପ୍ରଦାନ କରା ନ ଗଲେ ଆସନ୍ତା ଅଗଷ୍ଟ ଷୋଳ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ନେଇ ବିଦ୍ୟାଳୟ ରେ ତାଲା ଝୁଲାଇ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି ।
ବାରମ୍ବାର ସରକାର ପ୍ରତିଶୃତି ଦେଇ ପ୍ରତିଶୃତି ପୂରଣ କରୁ ନଥିବାରୁ ଶିକ୍ଷକ ସଙ୍ଘ ଏ ପ୍ରକାର କଠୋର ମନୋବୃତି ପୋଷଣ କରିଥିବାର ଯୋଡ଼ା ବ୍ଲକ ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ଲକ୍ଷ୍ମୀକାନ୍ତ ନାଏକ ଓ ସମ୍ପାଦକ ପୁରନ୍ଦର ଗିରି, ପ୍ରତିମା ସାବତ, ଧ୍ରୁବ ଚରଣ ପାତ୍ର, ବସନ୍ତ କୁମାର ପୃଷ୍ଟି,ପୁନାଲ ପାତ୍ର, ଦୀନବନ୍ଧୁ ପତି, ଅକ୍ଷୟ କୁମାର ରାଉତ, ଅଜିତ କୁମାର ଅଧିକାରୀ, ପ୍ରଗତି ପରିଡା, ସୁଲେଖା କାରୁଆ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ଦାବି ପୂରଣ କରିବାକୁ ଜଣାଇଥିଲେ. ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଶତପଥୀ ଦାବି ପତ୍ର ଗ୍ରହଣ କରିବା ସହିତ ଗୋଷ୍ଟୀ ଶିକ୍ଷାଧିକାରୀ ଙ୍କ ଜରିଆରେ ଦାବିପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ନିକଟକୁ ପ୍ରେରଣ କରିବାକୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ.ଆଜିର ଏହି କାର୍ଯ୍ୟକ୍ରମ ରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ.