ଆଇ.ଏଲ. ପି. ଏଫ୍. ତରଫରୁ ଶ୍ରୀମତୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ସମ୍ବର୍ଦ୍ଧିତ

(ପ୍ରବାହ ନ୍ୟୁଜ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଇ.ଏଲ.ପି.ଏଫ ତରଫରୁ ଏକ ଆୟୋଜିତ ଏକ ମହିଳା ସମ୍ମିଳନୀରେ ଉଲ୍ଲେଖନୀୟ ସମାଜସେବା ଲାଗି ପଟ୍ଟଚିତ୍ର ଶିଳ୍ପଦ୍ୟୋଗୀ ଶ୍ରୀମତି କୃଷ୍ଣପ୍ରିୟା ଆଚାର୍ଯ୍ୟ ଙ୍କୁ ସମ୍ମାନିତ କରାଯାଇଥିଲା। ପଶୁପକ୍ଷୀ ଙ୍କ ଠାରୁ ଆରମ୍ଭ କରି ଦୁଃଖି ରଙ୍କି ପର୍ଯ୍ୟନ୍ତ ସମସ୍ତଙ୍କ ନିଜ ସାଧ୍ୟ ମତେ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ମହିଳା ଶିଳ୍ପୋଦ୍ୟୋଗୀ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଡକ୍ଟର ରୀନା ରାଉତରାୟ ସମ୍ବର୍ଦ୍ଧିତ କରିଥିଲେ।

ଏହା ସହ ପ୍ରତ୍ୟେକ ମହିଳା ଶ୍ରୀମତୀ ଆଚାର୍ଯ୍ୟଙ୍କ ପରି ପରିବାର ର ଦାୟିତ୍ଵ ନିର୍ବାହ ସହ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ସମାଜ କଲ୍ୟାଣ ରେ ନିଜ ଯୋଗଦାନ ଦେବାକୁ ମତ ରଖିଥିଲେ।ଆଜିର ମହିଳା ଦୁର୍ବଳା କି ଅବଳା ନୁହେଁ ବରଂ ସ୍ବୟଂସିଦ୍ଦା, ସ୍ବୟଂ ସଂପୂର୍ଣ୍ଣା,ଅଜିତା ଅପରାଜିତା।ଜଣେ ନାରୀ କେବଳ ପରିବାର ନୁହେଁ ବରଂ ଦେଶ ନିର୍ମାଣ ରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରେ ,ଦୃଢ଼ ଇଚ୍ଛାଶକ୍ତି ତଥା ସ୍ଥିର ଲକ୍ଷ୍ୟ ରଖି ଆଗକୁ ଅଗ୍ରସର ହେବା ସହ ପରିବାର ର ଦାୟିତ୍ଵ ନିର୍ବାହ ପରେ ଜଣେ ସମାଜ ପାଇଁ କର୍ତ୍ତବ୍ୟ ନିର୍ବାହ କରିପାରିବ ବୋଲି ଶ୍ରୀମତୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ମତପୋଷଣ କରିଥିଲେ।
ଅନୁଷ୍ଠାନ ପକ୍ଷରୁ ମଧୁସ୍ମିତା ବାରିକ୍ ଓ ଇତିଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରମୁଖ ସଦସ୍ୟ ଶ୍ରୀ ମତୀ ଚିନ୍ମୟୀ ମିଶ୍ର ସ୍ବାଗତ ସମ୍ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ ।


ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ମିଶ୍ର ଓ ଇତିଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଧୁସ୍ମିତା ଵାରିକ ସ୍ବାଗତ ସମ୍ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *

You may have missed