ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଏନଆଇଏନଏଲ ପକ୍ଷରୁ ‘ଆନ୍ତର୍ଜାତିକ ଯୁବ ଦିବସ’ ପାଳିତ

କଳିଙ୍ଗନଗର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ ମଙ୍ଗଳବାର ‘ଅନ୍ତର୍ଜାତୀୟ ଯୁବ ଦିବସ\’ ପାଳିତ ହୋଇଯାଇଛି । ରିଜିଅନାଲ୍ ଇନିସିଏଟିଭ ଫର୍ ସେଫ ସେକ୍ସୁଆଲ ହେଲଥ୍ ବାଏ ଟୁଡେସ୍ ଆଡୋଲୋସେଣ୍ଟ (ରିସ୍ତା) ପ୍ରକଳ୍ପ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର କମ୍ୟୁନିଟି ହଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଅଭିଷେକ ସ୍ୱାଇଁ (ଓଏଏସ୍‌) ଙ୍କ ସମେତ ଏନ୍ ଆଇଏନ୍ ଏଲ୍ ଓ ଟିଏସ୍‌ଏଫ୍ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

‘ଫ୍ରମ୍ କ୍ଲିକ୍ ଟୁ ପ୍ରୋଗ୍ରେସ : ନିରନ୍ତର ବିକାଶ ପାଇଁ ଯୁବ ଡିଜିଟାଲ ପଥ\’ ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଥିଆ ଓ ଆଖପାଖ ୧୦ଟି ପଞ୍ଚାୟତର କିଶୋରଙ୍କ ସମେତ ୧୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ନିରନ୍ତର ବିକାଶ ପାଇଁ ଡିଜିଟାଲ ଉପକରଣର ଉପଯୋଗରେ କିପରି ସକାରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ,ସେ ବିଷୟରେ ଯୁବକମାନେ ସେମାନଙ୍କର ଚିନ୍ତାଧାରା ଏବଂ ମତାମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଯୁବକମାନଙ୍କୁ ଏକ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିଥିଲା । ଡିଜିଟାଲ ଇନୋଭେସନ୍ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ଏଥିସହଏହି କାର୍ଯ୍ୟକ୍ରମରେ ଡିଜିଟାଲ ସାକ୍ଷରତା ଏବଂ ଦାୟିତ୍ୱପୂର୍ଣ୍ଣ ଇଣ୍ଟରନେଟ୍ ବ୍ୟବହାର ଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋକପାତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *