ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭାରତୀୟ ଷ୍ଟେଟ ବ୍ଯାଙ୍କଭୁବନେଶ୍ୱର ମଣ୍ଡଳର ଓଡିଶାରେ ଥିବା ଶାଖା ଏବଂ ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ, ବହୁ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥିଙ୍କ ଦ୍ୱାରା ଏକ ବାଲୁକା କଳା ଉଦ୍ଘାଟନ କରାଯାଇଥିଲା | ସତ୍ୟାନନ୍ଦ ଯୋଗ ବିଦ୍ୟାଲୟ ଭୁବନେଶ୍ୱରର ପ୍ରଶିକ୍ଷକମାନଙ୍କ ଦ୍ଵାରା ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ପ୍ରାଙ୍ଗଣରେ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା । 100 ରୁ ଅଧିକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ଯୋଗ ମୁଦ୍ରା ଏବଂ ନିୟମିତ ଯୋଗ ଅଭ୍ଯାସର ଲାଭ ବିଷୟରେ ଜାଣିଥିଲେ |

Leave a Reply

Your email address will not be published. Required fields are marked *