ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

୨୧ ଜୁନ, ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ପ୍ଲାଣ୍ଟ ପରିସରରେ ତଥା ପାରିପାର୍ଶ୍ବିକ ଗ୍ରାମଗୁଡିକରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। । ଅନଗୁଳ ପ୍ଳାଣ୍ଟ ପରିସରରେ ଆୟୋଜିତ ହୋଈଥିବା ଯୋଗ ଶିବିରରେ ଅନୁଗୁଳ ପ୍ଲାଣ୍ଟ ର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲ୍ହାନ ଏବଂ ପ୍ରକଳ୍ପସମୁହ ର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ୍ ଙ୍କ ସହ କମ୍ପାନୀ ର  ବରିଷ୍ଠ ଅଧିକାରୀ,କର୍ମଚାରୀ, ସେମାନଙ୍କ ପରିବାର ଏବଂ ଉତ୍ସାହୀ ଗ୍ରାମବାସୀ ଯୋଗ ଦେଇ ଯୋଗ ଗୁରୁ ସ୍ବାମୀ ସତ୍ୟବିନ୍ଦୁ ସରସ୍ଵତୀ ଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ଯୋଗ ପ୍ରାଣାୟାମ ଆଦି ଅଭ୍ୟାସ କରିଥିଲେ।

ଏହି ଅବସର ରେ ଜେଏସପି ର ଅଧ୍ୟକ୍ଷ ଏବଂ ହରିୟାଣା, କୁରୁକ୍ଷେତ୍ର ର ସାଂସଦ ଶ୍ରୀ ନବୀନ ଜିନ୍ଦଲ ତାଙ୍କ ଜୀବନ ରେ ଯୋଗ ର ମହତ୍ଵ ଉପରେ ଆଲୋକପାତ କରି ସାମାଜିକ ଗଣମାଧ୍ୟମ ରେ ଲେଖିଛନ୍ତି “ଯୋଗ ମୋ ଜୀବନର ଏକ ମୂଳଦୁଆ ପାଲଟିଛି, ଏବଂ ଯୋଗର ପ୍ରାଣାୟାମ ମୋତେ ବିଶେଷ ସାହାଯ୍ୟ କରିଛି, ମୋତେ ଶାନ୍ତ ଏବଂ ସ୍ୱଚ୍ଛତା ସହିତ ସଶକ୍ତ କରିଛି | ଏହା କେବଳ ବ୍ୟାୟାମ ନୁହେଁ; ଏହା ଯେକୌଣସି  କାର୍ଯ୍ୟକଳାପରେ ଧ୍ୟାନ କେନ୍ଦ୍ରିତ କରିବାର ଏକ ସରଳ ଏବଂ ସ୍ଵତନ୍ତ୍ର ଉପାୟ ।  ଏହି ଅମୂଲ୍ୟ ଅଭ୍ୟାସରେ ମୋତେ ମାର୍ଗଦର୍ଶନ କରିଥିବାରୁ ମୋର ଗୁରୁମାନଙ୍କୁ ମୁଁ  କୃତଜ୍ଞତା ଜ୍ଞାପନ କରୁଅଛି ।

ଚଳିତ ବର୍ଷ ଯୋଗ ଦିବସର ବାର୍ତ୍ତା “ନିଜ ପାଇଁ  ଏବଂ ସମାଜ ପାଇଁ ଯୋଗ” ଉପରେ ଆଧାରିତ ଏହି ଯୋଗ ଦିବସ ରେ ଯୋଗ ଦେଇ ଶ୍ରୀ ମଲହାନ୍ ପ୍ରକାଶ କରିଥିଲେ କି ” ଆମର ସୌଭାଗ୍ୟ କି ଆମେ ପ୍ରତିଦିନ କୁ ଯୋଗ ଦିବସ ରୂପେ ଧରିଥାଉ। ଆମର ଯୋଗ ଗୁରୁ ସ୍ବାମୀ ସତ୍ୟବିନ୍ଦୁ ଙ୍କ ମାର୍ଗ ଦର୍ଶନ ରେ ଆମେ ଯୋଗାଭ୍ୟାସ କରି ଆମର ଦେହ ଓ ମନ କୁ ସୁସ୍ଥ ରଖି ପାରିଚୁ।  ମୁଁ କେବଳ ବ୍ୟକ୍ତିଗତ ସୁସ୍ଥତା ପାଇଁ ନୁହେଁ ବରଂ ସମାଜର ଉନ୍ନତି ପାଇଁ ଯୋଗ ଅଭ୍ୟାସ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଅଛି । ଆପଣ ମାନଙ୍କୁ ଆନ୍ତର୍ଜାତୀୟ ଯୋଗ ଦିବସ ର ହାର୍ଦିକ ଅଭିନନ୍ଦନ ।

ଏହି ସମାବେଶକୁ ସମ୍ବୋଧିତ କରି ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ କହିଛନ୍ତି, “ଆପଣ ପ୍ରକୃତରେ ଭାଗ୍ୟବାନ ଯେ ଶ୍ରୀ ନବୀନ ଜିନ୍ଦଲ ଜୀଙ୍କ ପରି ଜଣେ ଅଧ୍ୟକ୍ଷ ଅଛନ୍ତି, ଯିଏ ସର୍ବଦା ସ୍ବାସ୍ଥ୍ୟ ସଙ୍ଗେ ସଙ୍ଗେ ସମାଜ ମଙ୍ଗଳ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦେଇ ଆସିଛନ୍ତି। ତାଙ୍କ ଉଦାହରଣ ଅନୁସରଣ କରି, ମୁଁ ଆପଣଙ୍କୁ ନିୟମିତ ଯୋଗ ଅଭ୍ୟାସ ମାଧ୍ୟମରେ ଆପଣଙ୍କର ବଡି ମାସ ଇଣ୍ଡେକ୍ସ (BMI) ବଜାୟ ରଖିବାକୁ ଅନୁରୋଧ କରୁଛି | ତୁମକୁ ସମର୍ଥନ ଏବଂ ମାର୍ଗଦର୍ଶନ କରିବାକୁ ମୁଁ ସର୍ବଦା ଏଠାରେ ଅଛି | ଆସନ୍ତୁ ଆମେ ସମସ୍ତେ ନିୟମିତ ଯୋଗାଭ୍ୟାସ କରିବା ସହ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ପ୍ରୟାସ କରିବା  ।

ଯୋଗ ଦିବସ ମଧ୍ୟ ଓପି ଜିନ୍ଦଲ ସ୍କୁଲ, ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ,ଜିନ୍ଦଲ ଆଶା ଏବଂ ଅନ୍ୟ ସ୍ଥାନ ମାନଙ୍କ ରେ ‘ନିଜ ପାଇଁ  ଏବଂ ସମାଜ ପାଇଁ ଯୋଗ“ ବାର୍ତ୍ତା ର ସହ ଚିତ୍ତାକର୍ଷକ ଢଙ୍ଗ ରେ ପାଳନ କରାଯାଇଥିଲା ଏବଂ ପ୍ରତ୍ୟେକ ଯୋଗ ପ୍ରଶିକ୍ଷାର୍ଥୀ କିଭଳି ଜଣେ ଜଣେ ଯୋଗ ପ୍ରତିନିଧି ସାଜି ଏହାକୁ ସାର୍ବଜନୀନ କରିବେ ସେଥିନେଇ ଅନୁପ୍ରେରିତ କରାଯାଇଥିଲା । 

Leave a Reply

Your email address will not be published. Required fields are marked *