ରାଜ୍ୟ ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୁନ୍ ମାସ ୨୧ ତାରିଖ ଦିନଟିକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରିଅଛି । ଏହି ଅବସରରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ କବ୍, ବୁଲ୍ବୁଲ୍, ସ୍କାଉଟ, ଗାଇଡ୍, ରୋଭର, ରେଞ୍ଜର ଏବଂ ସେମାନଙ୍କର ଲିଡରମାନଙ୍କ ସହିତ ବିଭିନ୍ନ ସ୍ଥାନରେ ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଯୋଗର ଉପକାରୀତା ବିଷୟରେ ଜନସମାଜକୁ ସଚେତନତା କରାଇବା ସଙ୍ଗେ ସଙ୍ଗେ ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ ମଧ୍ୟ କରିଥିଲେ ।

ଏହାବ୍ୟତୀତ ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ୧୫୦ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍, ରୋଭର, ରେଞ୍ଜର ଯୋଗଦେଇଥିଲେ । ଏହି ଅବସରରେ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟଙ୍କ ଦ୍ୱାରା ମାନପତ୍ର ଏବଂ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।