ବିଶ୍ୱ ମାତୃ ଦିବସ ପାଳିତ

ଯୋଡ଼ା -ଗତକାଲି ରବିବାର ଦିନ ଯୋଡ଼ା ଶାସ୍ତ୍ରୀନଗର ୱାର୍ଡ ନମ୍ବର ଏକ ରେ ଥିବା ପରିଚୟ ଗୃହ ଠାରେ ଏକ ନମ୍ବର ୱାର୍ଡ ର ମା ମାନଙ୍କୁ ନେଇ ବିଶ୍ୱ ମାତୃ ଦିବସ ପାଳିତ ହୋଇ ଯାଇଛି. ଏଥିରେ ଶତାଧିକ ମହିଳା ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ଭାଗ ନେଇଥିଲେ. ଏହି ଦିବସରେ ସାମ୍ବାଦିକା ସରୋଜିନୀ ଶତପଥୀ, କାଉନସିଲର ଭାନୁମତି ବାନା,  ସୌଦାମିନୀ ନାଏକ,ରଶ୍ମିତା ପାଣିଗ୍ରାହୀ, ପୂଜା ସିଙ୍ଗ ହାଲଦା, ଯୋଷ୍ଣାରାଣୀ ବାରିକ ଅତିଥି ଭାବେ ଯୋଗ ଦେଇ ମା ମାନଙ୍କର ଭୂମିକା ଓ ସମାଜ ରେ ନିଜ ନିଜର ସନ୍ତାନ ସନ୍ତତି ମାନଙ୍କୁ କିପରି ଉପଯୁକ୍ତ ଶିକ୍ଷା ସଂସ୍କାର ଦେଇ ମୁଖ୍ୟ ସ୍ରୋତ ରେ ସାମିଲ କରାଇବା ସହିତ ଏକ ଆଦର୍ଶ ମା ଭାବେ ସମାଜ ରେ ପ୍ରତିଷ୍ଠିତ ହୋଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଉପସ୍ଥିତ ମା ମାନଙ୍କୁ ଉପଦେଶ ମାନ ପ୍ରଦାନ କରିଥିଲେ.. ଏକକ ଅଭିଭାବିକା ଭାବେ ଦୁର୍ଗା ବିଶ୍ୱାସ, ଟିଲୋତମା ସ୍ୱାଇଁ, ମାଳତୀ ଦାସ, ହୈ୍ମାବତୀ ମହନ୍ତ, ଶକୁନ୍ତଳା ଓରାମ, ଓ ବେଲ ମୁଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ସ୍ୱାମୀ ଙ୍କ ମୃତ୍ୟୁ ପରେ ଏମାନେ ଭାଙ୍ଗି ନ ପଡି ଧର୍ଯ୍ୟ ଓ ସାହସ ର ସହିତ ନିଜ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ଏକକ ଅଭିଭାବିକା ରୂପେ ନିଜର ଦାୟିତ୍ୱ ନିର୍ବାହ କରିଥିବାରୁ ଏମାନଙ୍କୁ ପ୍ରଶଂସିତ କରାଯାଇଥିଲା |

ଦୌଡ଼ି ଟଣା, ବେଲୁନ ଫୁଙ୍କା, ମିଉଜିକ ଚେୟାର, ବଲ ଫିଙ୍ଗା ଓ ଖାଦ୍ୟ ପରିବେଷଣ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା. ଟାଟାଷ୍ଟିଲ ସହାୟତା ରେ ଆୟୋଜକ ସୁକାନ୍ତ ବାନା, ବିନ୍ଦୁ ଓରାମ, ମନୋରମା ଦାସ, ଉର୍ବଶୀ ଶୁକ୍ଲା, ମିତାରାଣୀ ସୁତାର, ଶ୍ରୀମତୀଗୋପ, ମଧୁସ୍ମିତା ମହନ୍ତ, ନିରାକାର ସୁତାର, ଅରୁପମା ବିଶ୍ୱାଳ, ଓ କବିତା ସେଠୀ ମାନେ ସକ୍ରିୟ ଅଂଶ ଗ୍ରହଣ କରି ମା ମାନଙ୍କୁ ଏକାଠି କରି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ. ଉପସ୍ଥିତ ତିନିଶହ ରୁ ଅଧିକ ମା ମାନେ ଏ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *

You may have missed