ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ

ପୁରୀ, ପ୍ରବାହ ନ୍ୟୁଜ୍ : ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ । ଓଡ଼ିଶାର ଆରାଧ୍ୟ ଦେବତା ଏବଂ ସବୁ ଓଡ଼ିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥଙ୍କ ଚିନ୍ତା ଓ ଚେତନା ଆନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ଅନୁପ୍ରାଣିତ କରିଆସୁଛି। ତେବେ ଏହି ପବିତ୍ର ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପୁରୀ ସ୍ଥିତ ଟାଉନହଲ୍ ରେ “ଶ୍ରୀ ଜଗନ୍ନାଥ ସେବା ଓ ସମ୍ମାନ ଟ୍ରଷ୍ଟ” ଦ୍ବାରା ଆୟୋଜିତ ଏବଂ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି ତୃତୀୟ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ। ଶ୍ରୀ ଜଗନ୍ନାଥଙ୍କୁ ସାଧାରଣ ଭାବେ ଆମ୍ଭେମାନେ “ଜୟ ଜଗନ୍ନାଥ” ବୋଲି କହିଥାଉ ମାତ୍ର “ଜୟ ଜଗନ୍ନାଥ” ବଦଳରେ “ଜୟ ଶ୍ରୀ ଜଗନ୍ନାଥ” କହିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ଉଦେଶ୍ୟରେ ଏହି “ଜୟ ଶ୍ରୀ ଜଗନ୍ନାଥ” ଉତ୍ସବ ଦିବସର ଆୟୋଜନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଅନେକ ଜଗନ୍ନାଥ ପ୍ରେମୀ ତଥା ଭକ୍ତ ବୃନ୍ଦ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଡ଼ ଚକ୍ରଧର କର ବେଦପାଠ କରିଥିଲେ ଏବଂ ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି , ଶ୍ରୀଯୁକ୍ତ ପ୍ରଶନ୍ନ ମହାପାତ୍ର , ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ, ଶ୍ରୀଯୁକ୍ତ ନୀଳମଣି ଗୁରୁ, ଶ୍ରୀଯୁକ୍ତ ସମରେନ୍ଦ୍ର ରାଉତ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।

ମୁଦଲି ସେବାୟତର ଉପଦେଷ୍ଟା ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି , ପାଇକ ନିଯୋଗର ସମ୍ପାଦକ ନୀଳମଣି ଗୁରୁ, ଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟର ପୂର୍ବତ୍ତନ କୁଳପତି ହରିହର ହୋତା, ଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟର ବେଦାନ୍ତ ବିଭାଗ ର ମୁଖ୍ୟ ପ୍ରଶନ୍ନ କୁମାର ମହାପାତ୍ର, ଏହିଭଳି ଅନେକ ବିଦ୍ବାନ ପଣ୍ଡିତ ଏବଂ ଜଗନ୍ନାଥ ସଂସ୍କୃତି ପ୍ରେମୀ ବୃନ୍ଦ ଯୋଗଦାନ କରିଥିଲେ । ନିଜ ନିଜର ଶ୍ରୀ ଜଗନ୍ନାଥଙ୍କୁ ନେଇ ନିଜର ଅନୁଭୂତିର କଥା କହିଥିଲେ। ଜଗନ୍ନାଥ ସଂସ୍କୃତି କିଭଳି ଭାବେ ବିଶ୍ୱକୁ ପ୍ରଭାବିତ କରିଛି, ବିଶ୍ବ ଯେତେ ଜଟିଳ ସମସ୍ଯା ରେ ପଡିଲେ ମଧ୍ୟ ତାର ସମାଧାନ ନିମନ୍ତେ ଜଗନ୍ନାଥ ତତ୍ଵରେ ତାର ସମସ୍ତ ସମାଧାନ ନିହିତ ରହିଛି, ଯାହାକୁ ଆଧାର କରି ସମସ୍ତ ଜଟିଳ ସମସ୍ଯାର ସମାଧାନ ହେଇ ପାରିବ ବୋଲି ସମସ୍ତ ବିଦ୍ବାନ ପଣ୍ଡିତ ମତ ବ୍ୟକ୍ତ କରିଥିଲେ।

ମଧ୍ୟାହ୍ନ ଭୋଜନରେ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଶ୍ରୀ ଜଗନ୍ନାଥଙ୍କ ଜଣା ଅଜଣା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର। ସମସ୍ତ ଦର୍ଶକ ଏଥିରେ ଭାଗ ନେଇଥିଲେ ଏବଂ ପୁରସ୍କାର ପ୍ରାପ୍ତ କରିଥିଲେ।

କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଶ୍ରୀ ଜଗନ୍ନାଥଙ୍କ ୧୦୦୮ ଜପ ଏବଂ ତତ୍ପରେ ପ୍ରଦର୍ଶିତ ହୋଇଥିଲା। ଦର୍ଶକଙ୍କ ମନୋରଂଜନ ନିମିତ ଏଲି ଆନିମେସନ ଦ୍ବାରା ପ୍ରସ୍ତୁତ “ଜୟ ଜଗନ୍ନାଥ” ଚଳଚିତ୍ର । ଏହାକୁ ଦେଖି ଦର୍ଶକ ମାନେ ଖୁବ୍ ଖୁସି ବ୍ୟକ୍ତ କରିଥିଲେ।
ତତ୍ପରେ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ପଣା ପ୍ରସ୍ତୁତ କରି ବଣ୍ଟନ କରାଯାଇଥିଲା।

ଏହି ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ, ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ରକ୍ତଦାନ ଶିବିର, ମାଗଣା ଔଷଧ ବଣ୍ଟନ ମଧ୍ୟ କରାଯାଇଥିଲା।ରକ୍ତଦାନ ଶିବିରରେ ୩୦ ଜଣ ସ୍ଵେଛାସେବୀ ରକ୍ତ ଦାନ କରିଥିଲେ। ସମ ହସ୍ପିଟାଲ ଦ୍ବାରା ପରିଚାଳିତ ମାଗଣା ସ୍ବାସ୍ଥ୍ୟ ସେବା ଶିବିରରେ ସମସ୍ତ ଆଗନ୍ତୁକ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ, ସନ୍ଧ୍ୟା ସମୟରେ ଶ୍ରୀ ଜଗନ୍ନାଥ ୧୦୦୮ ଜପ, ଏବଂ ତତ୍ପରେ ପ୍ରଥମ ଥର ପାଈଁ ଶ୍ରୀ ଖଣ୍ଡୁଆ ଭକ୍ତ ସମ୍ମାନରେ ବିଶିଷ୍ଟ ଆନ୍ତର୍ଜାତିକ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବିର ଙ୍କୁ ‌ସମ୍ମାନିତ କରାଯାଇଥିଲା । ଏହା ପରେ‌ ପରେ ସେବକ ଶ୍ରୀ ସମ୍ମାନରେ ମହାପ୍ରଭୁ ଙ୍କ ର ପୂଜାପଣ୍ଡା ସେବକ ସୂର୍ଯ୍ୟ ନାରାୟଣ ପୂଜା ପଣ୍ଡା , ବିଶିଷ୍ଟ ସମାଜ ସଂସ୍କାରକ ତଥା ଯୋଗ ଗୁରୁ ସେବକ ଗୋପାଳ ଦାସ, ଓଟିଭି ର ବରିଷ୍ଠ ସାମ୍ବାଦିକ ମଧୂସୁଦନ ମିଶ୍ର, ବରିଷ୍ଠ ପୋଲିସ୍ ପ୍ରସାସକ ଯୋଗେସ୍ ସ୍ବାଇଁ ଙ୍କୁ ସମ୍ମାନିତ କରାଯାଇଥିଲା । ଅଧିବେଶନ ଅତିଥି ଭାବେ ମହନ୍ତ ପର୍ଶୁରାମ ଦାସ , ବରିଷ୍ଠ ସେବକ ନିଳମଣି ଗୁରୁ, ବିଶିଷ୍ଟ ଶିକ୍ଷାବିତ ସୁରେନ୍ଦ୍ର ଦାସ୍, ବିଶିଷ୍ଟ ଶିକ୍ଷାବିତ ହରିହର ହୋତା , ବରିଷ୍ଠ ପ୍ରଶାସକ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଉପସ୍ଥାପକ ତଥା ଉତ୍କଳ ଅସ୍ମିତା ସମ୍ମାନ ର ଅଧ୍ୟକ୍ଷ ଅଭିନନ୍ଦନ ପରିଶେଷରେ ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ମହୋତ୍ସବ ର ପ୍ରତିଷ୍ଠାତା ପ୍ରଦିପ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *