ଅନ୍ତର୍ଜାତୀୟ ଜୟ ଜଗନ୍ନାଥ ଦିବସ

ଜୟ ଶ୍ରୀଜଗନ୍ନାଥରେ ପ୍ରକମ୍ପିତ ଟାଉନହଲ୍
ପୁରୀ(ପ୍ରବାହ ନ୍ୟୁଜ୍) : ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତିର ସଶସ୍ତୀକରଣ ପରିଷଦ ଇନ୍ଷ୍ଟିଚ୍ୟୁଟ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜି ପକ୍ଷରୁ ପୁରୀ ଟାଉନ୍ ହଲ୍ରେ ଅନ୍ତର୍ଜାତୀୟ ଜୟ ଜଗନ୍ନାଥ ଦିବସ ପାଳିତ ହୋଇଛି । ପ୍ରଦୀପ ତ୍ରିପାଠୀ ଓ ପଦ୍ମଲୋଚନ ମହାପାତ୍ର ଏହାକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ପୁରୀ ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ର, ଉମାବଲ୍ଲଭ ରଥ, ଆଦିତ୍ୟ ହୃଦୟ ମିଶ୍ର, ବଦ୍ରି ମିଶ୍ର, ଲଳିତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗବନ୍ଧୁ ମିଶ୍ର, ପ୍ରମୁଖଙ୍କୁ ସମ୍ମାନିତ । ସୁଶାନ୍ତ ରାଜ୍, ମାୟା ପାଢ଼ୀ, ମଧୁସୂଦନ ମିଶ୍ର, ସରୋଜ ମହାନ୍ତି, ମହନ୍ତ ପର୍ଶୁରାମ ଦାସ, ଗୌରୀଶଙ୍କର ସିଂହାରୀ, ହରେକୃଷ୍ଣ ସିଂହାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଜଗନ୍ନାଥଙ୍କ ମହିମା ସଂପର୍କରେ ଅତିଥିମାନେ ଉଦ୍ବୋଧନ ଦେଇଥିଲେ ।

ଏହି ଉପଲକ୍ଷେ ରାଜ୍ୟ ରେଡକ୍ରସ୍ ଓ ଅନୁଷ୍ଠାନର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ୩୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ପରେ ଚନ୍ଦ୍ରବିଜୟୀ ମିଶ୍ରଙ୍କ ପରିଚାଳନାରେ ପିଲାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗୀତିକାର ବଦ୍ରି ମିଶ୍ର, ଡ. ଜଗବନ୍ଧୁ ମିଶ୍ର, ମାୟା ପାଢ଼ୀ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଇଞ୍ଜିନିୟର ଅଭିନନ୍ଦନ ଦାସ ।