କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ଇନସ୍ପିରନ୍ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’

ଭୁବନେଶ୍ୱର,୧୩ । ୧୦: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଶୁକ୍ରବାର “ଇନସ୍ପିରୋନ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍‍ର କ୍ଲବ୍‍ଗୁଡ଼ିକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଖାଦ୍ୟ ଷ୍ଟଲ, କୌତୁକ କ୍ରୀଡ଼ା ସମେତ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।

ଏହି ପ୍ରଦର୍ଶନୀରେ ସୋନେଟ୍ ଲିଟେରାରି କ୍ଲବ, ଇନଫିନିଟି ମ୍ୟାଥ କ୍ଲବ, ଗ୍ରୀନ ବ୍ରିଜ୍‌, ସ୍ପେକ୍ଟ୍ରମ୍ ଫଟୋଗ୍ରାଫି କ୍ଲବ, ଆର୍କିମିଡିଜ୍ ସାଇନ୍ସ କ୍ଲବ, ୟୁଥ୍ ଫିଲାଟେଲିକ୍ କ୍ଲବ ଓ ସରକାରୀ ମିଲେଟ୍ ଷ୍ଟଲ୍ ସମେତ କିସ୍ ଉତ୍ପାଦ ଷ୍ଟଲ ଆଦି ଖୋଲାଯାଇଥିଲା । ଚନ୍ଦ୍ରାୟନ- ୩ଠାରୁ ଆରମ୍ଭ କରି ଲେଖକ ଜୟନ୍ତ ମହାପାତ୍ରଙ୍କୁ ଜନ୍ମଦିନର ଶ୍ରଦ୍ଧାଞ୍ଜଳି, ବୁକ୍ ଫ୍ଲେକ୍ସ, ଜି-୨୦ ଇଣ୍ଡିଆ ଆଦି ବିଷୟ ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଅଭିନବ ପ୍ରକଳ୍ପ ସବୁ ପ୍ରଦର୍ଶିତ ହୋଇଥିଲା। ଏଥିରେ ଅତ୍ୟାଧୁନିକ ଜ୍ଞାନକୈଶଳଠାରୁ ଆରମ୍ଭ କରି ବୈଷୟିକ ଉଦ୍ଭାବନ, ଆକର୍ଷଣୀୟ କଳାକୃତି ଏବଂ ସାମାଜିକ ପଦକ୍ଷେପକୁ ଆଧାର କରି ପ୍ରତିଭା ଏବଂ ସର୍ଜନଶୀଳତା ପ୍ରତିଫଳିତ ହୋଇଥିଲା ।  


ବିଚାରକ ଭାବେ ଡିଏଭି କଟକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମୌସୁମୀ ଦାସ, କେଭି-୬ ସିନିୟର ପିଜିଟି ଏଚ୍ ସି ମୁର୍ମୁ ଓ ଜୀବବିଜ୍ଞାନ ପ୍ରଶିକ୍ଷଣ ବିଶେଷଜ୍ଞ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ପ୍ରିୟା ବାଧୱା ଓ ଅନ୍ତର୍ଜାତୀୟ ପାଠ୍ୟକ୍ରମ ମୁଖ୍ୟ ରୋରି ମ୍ୟାକନାମାରା ପ୍ରମୁଖଙ୍କ ଉପସ୍ଥିତିରେ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଉଦ୍‌ଘାଟନ କରିଥିଲେ । ଶିକ୍ଷା ଏବଂ ମନୋରଞ୍ଜନର ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀମାନେ ବହୁ ଆଗ୍ରହର ସହ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡ.ମୋନା ଲିସା ବଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ ପ୍ରତିବର୍ଷ ପିଲାମାନଙ୍କ ବୌଦ୍ଧିକ ଓ ସର୍ଜନାତ୍ମକ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏଥିରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଆସୁଛନ୍ତି ।

Leave a Reply

Your email address will not be published. Required fields are marked *