ଆଇ.ଏନ.ଏସ ଚିଲିକାରେ ଅମୃତ ମହୋତ୍ସବ ଅବସରରେ ମୁକ୍ତିଦୌଡ଼ ଅନୁଷ୍ଠିତ

ଖୋର୍ଦ୍ଧା :୧୮/୦୩/୨୦୨୧: ଭାରତ ବର୍ଷ ତାର ସ୍ୱାଧୀନତାର ଐତିହାସିକ ୭୫ ବର୍ଷକୁ ନିକଟ ଭବିଷ୍ୟତରେ ପାଳନ କରିବାକୁ ଯାଉଛି । ସ୍ୱାଧୀନତାର ସ୍ମୃତିକୁ ମନେ ପକାଇବାକୁ ଯାଇ ଗତ ୧୭ ମାର୍ଚ୍ଚ ୨୦ ୨୧ରେ ଆଇ. ଏନ. ଏସ ଚିଲିକା ଠାରେ ଅନ୍ତେବାସୀ ଙ୍କୁ ନେଇ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି ।

ଏହି ଦୌଡ଼ ଭାରତର ୭୫ ବର୍ଷର ସ୍ଵାଧୀନତାକୁ ମନେ ପକାଇ ଯାହାକି ଭାରତର ଅମୃତ ମହୋତ୍ସବ ରୂପେ ପରିଚିତ ।

ଆମର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ବଳି ଦାନ ସଂଗ୍ରାମ ଏବଂ ସାହାସିକତାର ପରାକାଷ୍ଠା କୁ ମନେ ପକାଇ ଏହି ଗଣଦୌଡ଼ ରେ ଆଇ.ଏନ.ଏସ. ର ସମସ୍ତ ଅନ୍ତେବାସୀ ସମ୍ପୂର୍ଣ୍ଣ ହୃଦୟର ସହିତ ଅଂଶଗ୍ରହଣ କରିଥିଲେ । ଏହି ୭ କି.ମି. ଦୌଡ଼କୁ ଆଇ.ଏନ.ଏସ ଚିଲିକାର କମାଣ ଅଧିକାରୀ କମୋଡ଼ର ଏନ.ପି. ପ୍ରଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
