ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ

ବଡ଼ବିଲ: ପ୍ରବାହ ନ୍ୟୁଜ୍‌: କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନଂ ୧୫ ରେ ଗତ ଶୁକ୍ରବାର ଦିନ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି।ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସି ମାଧ୍ୟମରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଭବ୍ୟ ସଭାକାର୍ଯ୍ୟରେ ବଡ଼ବିଲ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵଜିତ ରାୟ, ପୋୖରାଧକ୍ଷ ଲକ୍ଷ୍ମଣ ମହାନ୍ତ, ଉପାଧ୍ୟକ୍ଷ ସରସ୍ୱତୀ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଜୀତେନ୍ଦ୍ର ମହାକୁଡ଼, ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ଅଶୋକ ମହାପାତ୍ର,ସମସ୍ତ ୱାର୍ଡ଼ର କାଉନସିଲର ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଷ୍ଟାଡିୟମରେ ବ୍ୟାଡ ମିଣ୍ଟନ, ବାସ୍କେଟବଲ,ଭଲିବଲ କୋର୍ଟ,ଅତ୍ୟାଧୁନିକ ଜିମ ଓ ଦର୍ଶକ ଗ୍ୟାଲେରୀ ରହିଛି। ବଡ଼ବିଲ ଅଞ୍ଚଳର କ୍ରୀଡା ପ୍ରେମୀ ଓ ଜନସାଧାରଣ ଆନନ୍ଦ ପ୍ରକାଶ ହେବାସହ କ୍ରୀଡ଼ାବିତ ମାନଙ୍କ କ୍ରୀଡା ପ୍ରତିଭାର ଉନ୍ନତି ଆଣିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *