ନୂତନ ବିଜ୍ଞାନ ଓ ଜ୍ଞାନକୌଶଳ ବ୍ୟବହାର ଦ୍ଵାରା ଉଦ୍ୟାନକୃଷିରେ ଆୟ ବହୁଗୁଣ ହୋଇପାରିବ: ପୂର୍ବତନ କେନ୍ଦ୍ର କୃଷି ସଚିବ

ଭୁବନେଶ୍ବର, ପ୍ରବାହ ନ୍ୟୁଜ୍‌ : ଦେଶର ଅନେକ ପ୍ରତିଷ୍ଠାନ ସମୟପୋଯୋଗୀ ବିଜ୍ଞାନ ଓ ଜ୍ଞାନକୌଶଳ ବିକାଶ କରିଛନ୍ତି, ସେହି ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ,ଚାଷୀର ଆୟ ବହୁଗୁଣ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର କୃଷି ସଚିବ ଡକ୍ଟର ଶୋଭନ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି l
ଆଜି କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର, ବୁବନେଶ୍ୱର ଠାରେ ଆୟୋଜିତ ଡି ବି ଟି କିଶାନ୍ ସହଯୋଗରେ ତିନିଦିନିଆ ଉଦ୍ୟାନକୃଷିରେ ଆୟ ବୃଦ୍ଧି ର କୌଶଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଓ ନବରଙ୍ଗପୁର ରେ ରହିଥିବା ଜଳବାୟୁ ଓ ମୃତ୍ତିକା ଉଦ୍ୟାନକୃଷି ପାଇଁ ଭରପୁର ସୁଯୋଗ ରହିଛି,ତେଣୁ ଚାଷୀ ମାନେ ଦେଶର ବିଭିନ୍ନ ଅନୁଷ୍ଠାନ ରେ ରହିଥିବା ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ନିଶ୍ଚିତଭାବେ ଆଗାମୀ ଦିନରେ ଚାଷୀ ମାନଙ୍କ ଆୟ ବହୁଗୁଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ବିଶେଷ କରି ଚାରା ପ୍ରସ୍ତୁତ,ମଞ୍ଜି ଉତ୍ପାଦନ ଭଳି ଅନେକ ବିଜ୍ଞାନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ l


କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର ର ମୁଖ୍ୟ ଡକ୍ଟର ଗୋବିନ୍ଦ ଆଚାର୍ଯ୍ୟ କୋରାପୁଟ ଓ ନବରଙ୍ଗ ପୁର ରେ ନିଆ ଯାଇ ଥିବା ଅନେକ ମଡେଲ ସମ୍ପର୍କ ରେ କହିଥିଲେ l ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ ଦିବିଟି କିଶାନ କାର୍ଯ୍ୟକ୍ରମ ଦ୍ବାରା ଅନେକ ଚାଷୀ ମନକୁ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରୟାସ କରାଯାଉଛି ବୋଲି କହିଥିଲେ l ବିଜ୍ଞାନ ସଂଚlରକ ଅତିଥି ପରିଚୟ କରିଥିବା ବେଳେ, ଡକ୍ଟର ଦିଲୀପ କୁମାର ପାଟଶାନି,ପୂର୍ବତନ ଯୁଗ୍ମ କୃଷି ନିଦେଶକ ଅଂଶୁମାନ ପଟ୍ଟନାୟକ, ବୈଜ୍ଞାନିକ ଡକ୍ଟର ଦୀପା ସାମନ୍ତ, ଏ ଭି ଭି କୌଣ୍ଡନ୍ୟ , ମୁଖ୍ୟ ବୈଷୟିକ ଅଧିକାରୀ ମନୋଜ କୁମାର ପଟ୍ଟନାୟକ ଓ ଅମିତାଭ ରାଉତରାୟ ଉପସ୍ଥିତ ଥିଲେ l କୋରାପୁଟ ଓ ନବରଙ୍ଗପୁର ର ଉଦ୍ୟାନ କୃଷି ଚାଷୀ ମାନଙ୍କ ଆୟ ର ସ୍ଥିତି ସମ୍ପର୍କ ରେ ପୁର୍ବତନ କୃଷି ସଚିବ ଚାଷୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ l

Leave a Reply

Your email address will not be published. Required fields are marked *