ଭାରତୀୟ ଷ୍ଟେଟବ୍ୟାଙ୍କ ଏମ୍ସ ଶାଖାର ନୂତନ ଗୃହ ଉଦଘାଟନ
ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱର ସିଜୁଆ ସ୍ଥିତ ଏମ୍ସ ହସ୍ପିଟାଲ କ୍ୟାମ୍ପସରେ ଥିବା SBI ଏମ୍ସ ଶାଖାର ନୂତନ ଗୃହର ଉଦଘାଟନ ମହା ଆଡମ୍ବରରେ SBI ଓଡିଶା ମୁଖ୍ୟ ମହାପ୍ରବନ୍ଧକଙ୍କ ଶ୍ରୀ ଦୀନେଶ ପରୁଥି ଓ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ବିଶ୍ୱାସଙ୍କ କରକମଳରେ ସମ୍ପର୍ଣ୍ଣ ହୋଇଅଛି l ଦୀର୍ଘ ଦଶନ୍ଧି ଧରି ଚାଲି ଆସୁଥିବା ଅସ୍ଥାୟୀ କାର୍ଯ୍ୟାଳୟ ଏଵେ ନିଜସ୍ୱ ପରିଚୟ ଦେଇ ଏମ୍ସର କର୍ମଚାରୀ ତଥା ସିଜୁଆ ଗ୍ରାମବାସୀଙ୍କ ମନରେ ଆନନ୍ଦ ଲହରୀ ଖେଳାଇ ପାରିଛି l ବିଶେଷ କରି ଏମ୍ସ ଶାଖାର ନିଜସ୍ୱ ATM ବ୍ୟବସ୍ଥା, ଗ୍ରାହକଙ୍କ ପାଇଁ ଲକର ବ୍ୟବସ୍ଥା, ଲିଫ୍ଟ,ଉନ୍ନତ ମାନର ଶାଖା ପରିସର, କର୍ମଚାରୀ ସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଆନନ୍ଦିତ କରିଛି l
ଏହି କାର୍ଯ୍ୟକ୍ରମରେ ଶ୍ରୀ ପରୁଥି ଏବଂ ଭୁବନେଶ୍ୱର ନେଟୱର୍କ 1 ର ଜେନେରାଲ ମ୍ୟାନେଜର ଶ୍ରୀ ଏମ ପୋନ୍ନମବଲମ, ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ପ୍ରଶାନ୍ତ କୁମାର ଗ୍ରାହକଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା SBIର ପ୍ରାଥମିକତା ବୋଲି ମତବ୍ୟକ୍ତ କରିଛନ୍ତି l ଏଥିରେ ଉପସ୍ଥିତ ରହି ଏମ୍ସ ହସ୍ପିଟାଲର ସହନିର୍ଦେଶକ ଲେଫ୍ଟନାଣ୍ଟ କର୍ନେଲ ଅଭିଜିତ ସରକାର, ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଦିଲ୍ଲୀପ କୁମାର ପରିଡା ତଥା ବରିଷ୍ଟ କର୍ମକର୍ତ୍ତା ଗଣ,ଅଞ୍ଚଳର ସାଧାରଣ ଜନତା, ବରିଷ୍ଠ ନାଗରିକ,ସାମ୍ବାଦିକଗଣ SBIର ଭୁୟସୀ ପ୍ରଶଂସା କରିଛନ୍ତିl ଏହି ଉଦଘାଟନ ପର୍ବ ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ଶିବ ସୁନ୍ଦର ସାହୁ, ମୁଖ୍ୟ ପ୍ରବନ୍ଧକ ଶ୍ରୀ ଶରତ ଚନ୍ଦ୍ର ସେଠୀ ଏବଂ ଶାଖା ପରିଚାଳିକା ଶ୍ରୀମତୀ ବନଜା ବାସିନୀ ସାହୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ସମ୍ପୂର୍ଣ୍ଣ ହୋଇଅଛି