ଗୁରୁ ଦିବସ ଅବସରରେ ମାନବ ପ୍ରେମୀ ସେବା ଟ୍ରଷ୍ଟ, ଚମକପୁର ଓ ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟ ଲିମିଟେଡ୍ ସହଯୋଗରେ ବିଲେଇପଦା ସ୍ଥିତ ଟାଉନସିପ୍ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ

ପ୍ରବାହ ନିୟୂଜ:୦୯.୦୯.୨୦୨୨ ଗୁରୁ ଦିବସ ଅବସରରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ, ଚମକପୁର ଓ ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟ ଲିମିଟେଡ୍, ବିଲେଇପଦାଙ୍କ ମିଳିତ ସହଯୋଗରେ ବିଲେଇପଦା ସ୍ଥିତ ଟାଉନସିପ୍ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଫାଇନାଲ ପର୍ଯ୍ୟାୟ ଖେଳ ସଫଳତା ପୂର୍ବକ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃତ କାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଅଂଶଗ୍ରହଣ କରିଥିବା ଅନ୍ୟାନ୍ୟ ଛାତ୍ରଛାତ୍ରୀ ତଥା ଅତିଥି ବୃନ୍ଦଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।

ସୂଚନା ଥାଉ କି, ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାଟିକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସ୍ଥିତ ୨୮ନଂ ଜିଲ୍ଲାପରିଷଦ ଜୋନ୍ ର ପାଞ୍ଚଟି ଯାକ ଗ୍ରାମ ପଞ୍ଚାୟତରେ ରହିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ମାନବ ପ୍ରେମୀ ସେବା ଟ୍ରଷ୍ଟ ଜରିଆରେ ବିଗତ ଦିନରେ ପର୍ଯ୍ୟାୟକ୍ରମେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଗୀତ ଓ ପତ୍ରଲିଖନ ଭଳି ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା ଏବଂ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ସ୍ତରରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଉକ୍ତ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜିକାର କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ରଞ୍ଜିତ ବାରିକ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ୨୮ନଂ ଜୋନ୍ ର ଜିଲ୍ଲାପରିଷଦ ଡମ୍ବରୁଧର କୁଦାଦାଃ, ସିଏସଆର୍ ମୂଖ୍ୟ ଆର୍. ସୋମନାଥ, ସରୋଜ ମନଚନ୍ଦା, ନୂତନ ପଣ୍ଡିତ, ବଳବନ୍ତ ବେହେରା, ନିର୍ମଳ କୁମାର ମହାନ୍ତ, ପୂଜା ଖିଲାର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଦୀର୍ଘ ଦିନ ଧରି ବିଭିନ୍ନ ବିଦ୍ୟାଳୟରେ ଜାରି ରହିଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳତା ପୂର୍ବକ ଆୟୋଜନ କରିବା ଦିଗରେ ଟ୍ରଷ୍ଟ ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ, ଉପ-ସଭାପତି ରାଜକୁମାର ପାତ୍ର, କୋଷାଧ୍ୟକ୍ଷ ଚିନ୍ମୟ କୁମାର ଦାସ, ସରୋଜ କୁମାର ବାରିକ ପ୍ରମୁଖଙ୍କ ଭୂମିକା ରହିଥିବାବେଳେ ଆଜିକାର ଫାଇନାଲ ପର୍ଯ୍ୟାୟ ଖେଳରେ ସମ୍ପାଦକ ପିଣ୍ଟୁନ ନାଏକ ଉପସ୍ଥିତ ରହି ଆଗାମୀ ଦିନରେ ମଧ୍ୟ ଟ୍ରଷ୍ଟ ଜରିଆରେ ସମଗ୍ର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ, ସେବା ଇତ୍ୟାଦି ଜାରି ରହିବ ବୋଲି ନିଜ ଅଭିଭାଷଣ ଦେଇ ସମସ୍ତଙ୍କ ସହଯୋଗ ଲୋଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *