ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ ଓ ସୁରକ୍ଷା ଅ ।ଇନ ପ୍ରଣୟନ

ଭୁବନେଶ୍ୱର,୧୯/୪ : ଓଡ଼ିଶା ବ୍ୟତୀତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସାମ୍ବାଦିକମାନଙ୍କୁ ପେନସନ ସହିତ ସୁରକ୍ଷା ଅ ।ଇନ ମଧ୍ୟ ପ୍ରଣୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ପ୍ରାୟ ୪ ଦଶନ୍ଧି ଧରି ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ସମ୍ପର୍କରେ ବାରମ୍ବାର ଅ ।ଲୋଚନା ହେବା ସହିତ ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସ୍ୱର୍ଗତ ବିଜୁ ବାବୁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସଭା ସମିତି ଓ ବିଧାନସଭାରେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରିବା ସମ୍ପର୍କରେ ବହୁବାର ଅ ।ଲୋଚନାହାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସରକାର ସବୁ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ଘୋଷଣା କରିଥିଲେ ମଧ୍ୟ ସାମ୍ବାଦିକମାନଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି ।
ଚଳିତ ୨୦୨୪ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଇସ୍ତାହାରରେ ସାମ୍ବାଦିକମାନଙ୍କୁ ସୁବିଧା ସୁଯୋଗ ଦେବା ସମ୍ପର୍କରେ ଘୋଷଣା କରନ୍ତୁ ବୋଲି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଦାବି କରିଛନ୍ତି । ଏଠାରେ ଉଲ୍ଳେଖ କରାଯାଇପାରେ, ନିର୍ବାଚନ ଅ ।ଚରଣ ବିଧି ପୂର୍ବରୁ ବିଭିନ୍ନ ସାମ୍ବାଦିକ ସଂଗଠନ ସେମାନଙ୍କ ମୌଳିକ ସମସ୍ୟା ଯଥା ସାମ୍ବାଦିକ ସୁରକ୍ଷା ଅ ।ଇନ, ବରିଷ୍ଠ ସାମ୍ବାଦିକମାନଙ୍କୁ ପେନସନ, ଗୋପବନ୍ଧୁ ବୀମାକୁ ୧୦ ଲକ୍ଷକୁ ବୃଦ୍ଧି କରି ସେମାନଙ୍କ ପିତାମାତାଙ୍କୁ ସାମିଲ କରିବା, ଅନ୍ୟାନ୍ୟ ରାଜ୍ୟ ଭଳି ସରକାରୀ ଜମି ଯୋଗାଇଦେବା ଓ ପ୍ରେସ୍‌? ଏକାଡ଼େମୀ ଗଠନ ଇତ୍ୟାଦି ଦାବି କରାଯାଇଥିଲା । କିନ୍ତୁ ବର୍ତ୍ତମାନର ସରକାର ଏ ସମ୍ପର୍କରେ କୌଣସି ଘୋଷଣା କରିନଥିଲେ ଏବଂ ପରବର୍ତ୍ତୀ ସମୟରେ ଅ ।ଚରଣ ବିଧି ଲାଗୁ ହୋଇଯାଇଥିଲା । ତେଣୁ ଅ ।ଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ସାମ୍ବାଦିକଙ୍କ ଉପରୋକ୍ତ ସମସ୍ୟା ସମ୍ପର୍କରେ ଘୋଷଣା କରିବେ ବୋଲି ସଂଘ ପକ୍ଷରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିମାନଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *